ଏପ୍ରିଲ୍ ୪ରୁ JEE ମେନ୍, ଦେଶରେ ୩୧୯ ଓ ଦେଶ ବାହାରେ ୨୨ ସହରରେ ପରୀକ୍ଷା କେନ୍ଦ୍ର

Published By : Prameya-News7 Bureau | March 29, 2024 IST

ନୂଆଦିଲ୍ଲୀ ୨୯/୦୩: ଏପ୍ରିଲ୍‌ ୪ରୁ ଯୁଗ୍ମ ପ୍ରବେଶିକା  ପରୀକ୍ଷା (ଜେଇଇ ମେନ୍‌) ୨୦୨୪  ସେସନ୍‌-୨ ଆରମ୍ଭ । ଏଥିପାଇଁ  ଦେଶର ୩୧୯ଟି ସହର ଏବଂ  ଦେଶ ବାହାରର ୨୨ଟି ସହରରେ  ପରୀକ୍ଷା କେନ୍ଦ୍ର କରାଯାଇଛି । 


ଏଥିପାଇଁ  ୱେବ୍‌ସାଇଟ୍‌ରେ ଆବେଦନକାରୀଙ୍କ  ଆଡମିଟ୍‌ କାର୍ଡ ସହ ପରୀକ୍ଷା କେନ୍ଦ୍ର  ତାଲିକା ଉପଲବ୍‌ଧ ହେଉଛି ।  ଏପ୍ରିଲ୍‌ ୪, ୫, ୬, ୮ ଏବଂ  ୯ ତାରିଖରେ ବିଇ ଏବଂ ବିଟେକ୍‌  ପେପର-୧ ପରୀକ୍ଷା ଅନୁଷ୍ଠିତ  ହେବ । ୨ଟି ପର୍ଯ୍ୟାୟରେ ପରୀକ୍ଷା  ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା  ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଏବଂ ସିଫ୍ଟ-୨  ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ହେବ । 


୧୨ ତାରିଖରେ ବିଆର୍କ  ଏବଂ ବିପ୍ଲାନିଂର ପରୀକ୍ଷା କରାଯିବ ।  ପରୀକ୍ଷାର୍ଥୀ ନିଜର ଆପ୍ଲିକେସନ  ନମ୍ବର ଏବଂ ଜନ୍ମତାରିଖ ଦେଇ  ଏନ୍‌ଟିଏ ୱେବ୍‌ସାଇଟ୍‌ htts://jeemain.nta.ac.in ଜେଇଇ ମେନ୍‌ ପରୀକ୍ଷା ଆଡମିଟ୍‌  କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ।

  • Government of India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.