କିଏ ହାତେଇବ ଜଟଣୀ ବିଧାନସଭା ଆସନ ? ଅଭିଜ୍ଞ ନା ନୂଆ ମୁହଁ...

Published By : Prameya-News7 Bureau | April 15, 2024 IST

ଜଟଣୀ ୧୫।୦୪ : କିଏ ହାତେଇବ ଜଟଣୀ । ଏଥର ଜଟଣୀରେ ତ୍ରିମୁଖୀ ଲଢେଇ । ଜଟଣୀ ବିଧାନସଭା ଆସନ ପାଇଁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହେଲେ ସନ୍ତୋଷ ଜେନା । କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ରାଜନୈତିକ ସମୀକରଣ କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ତେବେ ପୂର୍ବରୁ ବିଜେଡ଼ି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲେ । ବିଜେଡିରୁ ଯୁବ ନେତା ବିଭୂତି ବଳବନ୍ତରାୟଙ୍କୁ ଟିକେଟ ମିଳିଥିବା ବେଳେ ବିଜେପିରୁ ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ରିପିଟ କରିଛି ଦଳ । ତେବେ କଂଗ୍ରେସ ପ୍ରାର୍ଥୀ କିଏ ହେବ ତାକୁ ନେଇ ଅପେକ୍ଷା ରହିଥିଲା । କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇ ଯାଇଛି । 


ସେପଟେ ପ୍ରାର୍ଥୀ ଘୋଷଣା ପରେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ବିଭୂତି ବଳବନ୍ତରାୟ, ବିଜେପିର ବିଶ୍ବରଞ୍ଜନ ବଡ଼ଜେନା ଏବଂ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା । ଆରମ୍ଭ ହୋଇଗଲାଣି ପ୍ରଚରା । ଗତଥର କଂଗ୍ରେସରୁ ସୁର ରାଉତରାୟ ଲଢି ୬୮ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ଥର ନିର୍ବାଚନ ଲଢିବେ ନାହିଁ ବୋଲି ମନା କରିଦେଇଥିଲେ ସୁର ରାଉତରାୟ । 

  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.