ରାସ୍ତାରୁ ୨୦ ଫୁଟ ତଳକୁ ଖସିଲା ଅଟୋ ରିକ୍ସା, ଆହତ ଯାତ୍ରୀ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 25, 2024 IST

ଟାଙ୍ଗୀ ୨୫।୪: ଦ୍ରୁତ ଗତିରେ ଯାଉଥିଲା ଅଟୋ ରିକ୍ସା, ହଠାତ ସାମ୍ନାକୁ ଆସିଗଲା ଗାଈ, ବାସ୍ ତା'ପରେ.. ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଓଲଟି ଓଲଟି ଗଡୁଥାଏ ଅଟୋ ରିକ୍ସା, ଆଉ ଆମେ ସବୁ ଯାତ୍ରୀ ଛିନ୍ନ-ଛତର ହୋଇ ଛିଟିକି ପଡିଲୁ... ଏଭଳି ଏକ ସଡ଼କ ଦୁର୍ଘଟଣାର ଦୃଶ୍ୟ ବଖାଣିଛନ୍ତି ଦୁର୍ଘଟଣାର ଶିକାର ବ୍ୟକ୍ତି ।

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ଥ ନାଭାଲ୍ ଫାଣ୍ଡି ଇଲାକାର ନୂଆଗଡ ଓଭର-ବ୍ରିଜ୍ ନିକଟରେ ଘଟିଛି ସଡକ ଦୁର୍ଘଟଣା । ରାସ୍ତାରୁ ୨୦ ଫୁଟ ତଳକୁ ଖସିଲା ଅଟୋ । ଆହତ ଯାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ନାଭାଲ୍ ଫାଣ୍ଡି ରବୀନ୍ଦ୍ର ଗୌଡ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପଥରା ଅଞ୍ଚଳର ୮ ଜଣ ବ୍ୟକ୍ତି ଏକ ଅଟୋ ରିକ୍ସା ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।

You Can Read :

ଜଳୁଛି ସାରା ରାଜ୍ୟ : ୮ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ, ଝାରସୁଗୁଡା ସବୁଠୁ ଉତ୍ତପ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.