ଶବ ରଖି ଏସ୍‌ପିଙ୍କ ଅଫିସ ଘେରାଉ, ପୋଲିସ ଅବହେଳାକୁ ଦାୟୀ କଲେ ପରିବାର

Published By : Prameya-News7 Bureau | April 24, 2024 IST

ଖୋର୍ଦ୍ଧା ୨୪।୪: ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ । ଗତ ୨୨ ତାରିଖରେ ୧୬ ନମ୍ବର  ଜାତୀୟ ରାଜପଥର ଦଧିମାଛଗାଡିଆ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ମେଡିକାଲରେ ମୃତ୍ୟୁ ଘଟିଛି । ପୋଲିସ ଅବହେଳାକୁ କେନ୍ଦ୍ରକରି ମୃତ ନୀଳକଣ୍ଠ ମହାପାତ୍ରଙ୍କ ସମ୍ପର୍କୀୟ ମୃତଦେହ ରଖି ଏସପି ଅଫିସରେ ତଦନ୍ତ ଦାବି କରିଛନ୍ତି ।  ଦୁର୍ଘଟଣା ପରେ ଖୋର୍ଦ୍ଧା ସଦର ଥାନା ପୋଲିସ ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦେଇ ନଥିବା ଅଭିଯୋଗ ହୋଇଛି । 

ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ନୀଳକଣ୍ଠ ମହାପାତ୍ରଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି । ପୋଲିସ ଅବହେଳାକୁ ଦାୟୀ କରିଛନ୍ତି ମୃତକଙ୍କ ପରିବାରବର୍ଗ । ସଦର ଥାନା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ଶବ ରଖି ଗୁରୁଜଙ୍ଗ ଗ୍ରାମବାସୀ ଏବଂ ମୃତକଙ୍କ ପରିବାରବର୍ଗ ଘେରାଉ କରିଥିଲେ । ପରେ ଖୋର୍ଦ୍ଧା ଏସ୍‌ପି ଅଭିନାଶ କୁମାର ଆଲୋଚନା କରି ପ୍ରତିଶୃତି ଦେବା ପରେ ଘେରାଉ ପ୍ରତ୍ୟାହୃତ ହୋଇଛି ।

You Can Read :

ଦୁଇ କାର୍ ମୁହାଁମୁହିଁ ଧକ୍କା : ୬ ଆହତ ମେଡିକାଲରେ ଭର୍ତ୍ତି

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.