କାଲିଠୁ କଲବଲ କରିବ ତାତି,୪ ଦିନ ଯାଏ ୬ରୁ ୮ ଡିଗ୍ରୀ ବଢିବ

Published By : Prameya-News7 Bureau | April 11, 2024 IST

ଭୁବନେଶ୍ବର୧୧/୪: ପୁଣି କାଲିଠୁ କଲବଲ କରିବ ତାତି । ୪ ଦିନ ଯାଏ ଦିନର ତାପମାତ୍ରା ୬ରୁ ୮ ଡିଗ୍ରୀ ପାରଦ ବଢିବ । ୧୪ ତାରିଖ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୫ ତାରିଖରେ ୭ଟି ଜିଲ୍ଲା ପାଇଁ ହିଟ୍‌ ୱେଭ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, କୋରାପୁଟ, କଟକ,ବୌଦ୍ଧ,ଅନୁଗୁଳ,ବଲାଙ୍ଗୀର ଓ ସୁନ୍ଦରଗଡ । ଏହି ୭ଟି ଜିଲ୍ଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ଓ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ । ୧୬ ତାରିଖ ବେଳକୁ ମଧ୍ୟ ପାରଦ ୪୦ ଡିଗ୍ରୀ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ତାପମାତ୍ରା କମିଛି । ଆଜି ପୁରା ରାଜ୍ୟରେ ମେଘୁଆ ପାଗ ରହିଥିବାବେଳେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।   

You Can Read: ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.