ବୟଫ୍ରେଣ୍ଡ ଶିଖରଙ୍କୁ ତିରୁପତି ମନ୍ଦିରରେ ବିବାହ କରିବେ ଜାହ୍ନବୀ କପୁର ? ମୁହଁ ଖୋଲିଲେ ଅଭିନେତ୍ରୀ…

Published By : Prameya-News7 Bureau | May 08, 2024 IST

ମୁମ୍ଵାଇ ୦୮।୦୫: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। କହିବାକୁ ଗଲେ ଜାହ୍ନବୀ ଶିଖର ପହରିଆଙ୍କୁ ଡେଟ କରୁଛନ୍ତି। ହେଲେ ଦୁହେଁ କେହି ଏ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି। କିନ୍ତୁ ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥାଏ। କେବଳ ଏତିକି ନୁହେଁ, ନିକଟରେ ଜାହ୍ନବୀ ଶିଖୁଙ୍କ ନାମରେ ଏକ ପେନଣ୍ଡେନ ପିନ୍ଧିଥିବାର ନଜର ଆସିଥିଲେ। ବର୍ତ୍ତମାନ ଶିଖରଙ୍କ ସହ ଜାହ୍ନବୀଙ୍କ ବିବାହ ଖବର ଆସିବା ମାତ୍ରେ ସେ ମୁହଁ ଖୋଲିଛନ୍ତି।

ନିକଟରେ ଇନଷ୍ଟାଗ୍ରାମରେ ଜାହ୍ନବୀ ଏବଂ ତାଙ୍କ ପ୍ରେମିକ ଶିଖର ତିରୁପତି ମନ୍ଦିରରେ ବିବାହ କରିବାକୁ ଯାଉଛନ୍ତି ବୋଲି ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଜାହ୍ନବୀ ଏହି ପୋଷ୍ଟ ଦେଖିବା ପରେ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ତୁରନ୍ତ ଏହା ଉପରେ ମନ୍ତବ୍ୟ ଦେଇଥିଲେ କିଛି ବି କହୁଛ…  । ବର୍ତ୍ତମାନ ଏହି କମେଣ୍ଟ ଖୁବ୍‌ ଭାଇରାଲ ହେଉଛି। ଅନେକ ଲୋକ ତାଙ୍କ ମନ୍ତବ୍ୟର ଉତ୍ତର ଦେଇଥିଲେ ଏବଂ ହସୁଥିବା ଇମୋଜି ପୋଷ୍ଟ କରିଥିଲେ ।

ଜାହ୍ନବୀ ତାଙ୍କ ଭଉଣୀ ଖୁସୀ କପୁରଙ୍କ ସହ ଚଳିତ ବର୍ଷ କଫି ୱିଥ୍‌ କରଣ ଶୋ’କୁ ଆସିଥିଲେ । ଯେଉଁଠାରେ ସେ କହିଥିଲେ ଯେ ତାଙ୍କ ଫୋନରେ ସ୍ପିଡ ଡାଏଲ ତାଲିକାରେ ଥିବା ତିନିଜଣଙ୍କ ମଧ୍ୟରେ ତାଙ୍କ ପ୍ରେମିକ ଶିଖର ଅଛନ୍ତି।  ଶିଖର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି। ପୂର୍ବରୁ ଦୁହେଁ କୌଣସି କାରଣରୁ ବ୍ରେକ୍‌ଅପ୍‌ କରିଥିଲେ । ବର୍ତ୍ତମାନ ଦୁହେଁ ଗତ ବର୍ଷ ପ୍ୟାଚ୍ କରିଛନ୍ତି। ଉଭୟ ପ୍ରାୟତଃ ଏକାଠି ନଜର ଆସିଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.