LIVE TV

ଟିକେଟ୍‌ ବୁକ୍‌ ପରେ ବଦଳାଇପାରିବେ ତାରିଖ, ଜାଣନ୍ତୁ ନୂଆ ନିୟମ କେବେଠୁ ହେବ କାର୍ଯ୍ୟକାରୀ...

NEWS7
railway

ନୂଆଦିଲ୍ଲୀ ୦୮।୧୦: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟିକେଟ୍‌ ବୁକ୍‌ ପରେ ବଦଳାଇପାରିବେ ତାରିଖ । ଏହି ନିୟମ ଆସନ୍ତାବର୍ଷ ଜାନୁଆରୀରୁ ହେବ ଲାଗୁ । ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ନୂଆ ନିୟମ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଦେବ ବଡ଼ ଆଶ୍ୱସ୍ତି ।

ଅନେକ ସମୟରେ ଯାତ୍ରା ଯୋଜନାରେ ପରିବର୍ତ୍ତନ କାରଣରୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯାତ୍ରୀ । ଏମିତିକି ଯାତ୍ରୀ ଆର୍ଥତ୍କ କ୍ଷତି ସହିଥାନ୍ତି । କିନ୍ତୁ ଏବେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ନାହିଁ ଯାତ୍ରୀ । ବର୍ତ୍ତମାନ ଯଦି ଜଣେ ଯାତ୍ରୀ ତାଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଟିକେଟ୍ ବାତିଲ କରି ପରେ ଏକ ନୂଆ ଟିକେଟ୍ ବୁକ୍ କରୁଛନ୍ତି ।

ଏହି ବାତିଲ୍ ପ୍ରକ୍ରିୟା ଯାତ୍ରା ତାରିଖର ଯେତେ ନିକଟତର ହେବ, ସେତେ ଅଧିକ ଟଙ୍କା କଟୁଛି । କିନ୍ତୁ ୨୦୨୬ ଜାନୁଆରୀରୁ ଲାଗୁ ହେବାକୁ ଥିବା ଏହି ନୂଆ ନିୟମରେ ଟିକେଟ୍ ବାତିଲ୍ କରିବାକୁ ପଡିବନି କି ବାତିଲ୍ ଫି ଦେବାକୁ ପଡିବନି । ଆପଣ ଆପଣଙ୍କର କନଫର୍ମ ଟିକେଟ୍‌ର ଯାତ୍ରା ତାରିଖ ଅନଲାଇନରେ ପରିବର୍ତ୍ତନ କରିପାରିବେ। ଏହା ଆପଣଙ୍କର ସମୟ ଏବଂ ଟଙ୍କା ସଞ୍ଚୟ କରିବ ।

ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ନୂଆ ନୀତି ଅନୁଯାୟୀ କନଫର୍ମ ଟିକେଟ୍ ପାଇବାର କୌଣସି ଗ୍ୟାରେଣ୍ଟି ରହିବନି । ଏହା ସମ୍ପୂର୍ଣ୍ଣ ଭାବରେ ସିଟ୍ ଉପଲବ୍ଧତା ଉପରେ ନିର୍ଭର କରିବ । ଏକ ରିପୋର୍ଟ ଅନୁଯାୟୀ, ଯଦି ନୂଆ ତାରିଖରେ ଭଡ଼ା ଅଧିକ ହୁଏ, ତେବେ ଯାତ୍ରୀମାନଙ୍କୁ ଦେବାକୁ ପଡିବ। ଏବେ ପ୍ରଶ୍ନ ଆସୁଛି ବର୍ତ୍ତମାନର ବାତିଲ ଟିକେଟ୍ ଚାର୍ଜ କେତେ ? ଭାରତୀୟ ରେଳବାଇରେ ଟ୍ରେନ୍ ଟିକେଟ୍ ବାତିଲ୍ ଶୁଳ୍କ ଟିକେଟ୍ ଶ୍ରେଣୀ ଏବଂ ବାତିଲ୍ ତାରିଖ ଉପରେ ନିର୍ଭର କରେ।