IPL 2026: ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ରିୟାନ ଟିକଲଟନଙ୍କ ପାଓ୍ଵାର ଶୋ। ଏହି ବାମହାତୀ ବ୍ୟାଟରଙ୍କ ଦମଦାର ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଓ୍ଵିକେଟ୍ ହରାଇ ୨୪୩ ରନ କରିଛି। ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରହିଛି ୨୪୪ ରନର ବିଶାଳ ବିଜୟ ଲକ୍ଷ୍ୟ। ରିୟାନ ରିକଲଟନ ୫୫ ବଲରୁ ୧୨୩ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଓ୍ଵିଲ ଜ୍ୟାକ୍ସ ୨୨ ବଲରୁ ୪୬ ରନ କରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦ୍ରୁତ ୩୧ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ପ୍ରଫୁଲ ହିଙ୍ଗେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ମୁମ୍ବାଇ ପାଇଁ ଜିତିବା ଜରୁରୀ। କାରଣ ଆଜିର ମୁକାବିଲା ହାରିଲେ ୫ ଥରର ଚାମ୍ପିଅନ ମୁମ୍ବାଇର ପ୍ଲେ ଅଫ ଆଶା ମଉଳିବାର ସମ୍ଭାବନା ବଢିଯିବ।

ମୁମ୍ବାଇ ଇଣ୍ଡିଆନ୍ସ ୨୪୩ ରନ୍ କରିଛି। ଯାହା ଆଇପିଏଲ୍ ଇତିହାସରେ ଦଳ ତୃତୀୟ ସର୍ବାଧିକ ସ୍କୋର। ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଦଳର ସର୍ବାଧିକ ସ୍କୋର। ପୂର୍ବରୁ, ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ସର୍ବାଧିକ ସ୍କୋର ୨୨୪ ରନ୍ ଥିଲା, ଯାହା ସେମାନେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ କରିଥିଲେ।

Also Read: ପଞ୍ଜାବ ବିପକ୍ଷ ମ୍ୟାଚରେ ଡ୍ରେସିଂ ରୁମରେ ଭେପିଂ କରୁଥିବା ଅବସ୍ଥାରେ କ୍ୟାମେରାରେ କଏଦ ହେଲେ ରିୟାନ ପରାଗ

ମୁମ୍ବାଇ ଇଣ୍ଡିଆନ୍ସର ସର୍ବାଧିକ ସ୍କୋର

୨୪୭ ରନ୍ - ମୁମ୍ବାଇ ଇଣ୍ଡିଆନ୍ସ (ବନାମ ଡିସି)

୨୪୬ ରନ୍ - ମୁମ୍ବାଇ ଇଣ୍ଡିଆନ୍ସ (ବନାମ SRH)

୨୪୩ ରନ୍ - ମୁମ୍ବାଇ ଇଣ୍ଡିଆନ୍ସ (ବନାମ SRH)

ରାଇନ୍ ରିକଲଟନଙ୍କ ଐତିହାସିକ ଇନିଂସ

ରିଆନ କିଲଟନ ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦ୍ରୁତତମ ଆଇପିଏଲ୍ ଶତକ ହାସଲ କରିଛନ୍ତି। ସେ ୪୪ ବଲ୍‌ରେ ଶତକ ହାସଲ କରିଛନ୍ତି। ସେ ୪୫ ବଲ୍‌ରେ ଶତକ ହାସଲ କରିଥିବା ସନତ ଜୟସୁରିଆ ଏବଂ ତିଲକ ବର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି। ରିକଲଟନ ଆଇପିଏଲ୍ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମଧ୍ୟ ସ୍ଥାପନ କରିଛନ୍ତି। ସେ ହାଇଦ୍ରାବାଦ ବିପକ୍ଷରେ ଏହି ମ୍ୟାଚ୍‌ରେ ୧୨୩ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ସନତ ଜୟସୁରିଆଙ୍କ ନାମରେ ମଧ୍ୟ ଥିଲା, ଯିଏ ୨୦୦୮ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ପାଇଁ ୧୧୪ ରନର ଇନିଂସ ଖେଳିଥିଲେ।