IPL 2026: ଚଳିତ ଆଇପିଏଲରେ ବ୍ୟାଟର ରନ ବର୍ଷା କରି ରେକର୍ଡ ପରେ ରେକର୍ଡ କରୁଥିବା ବେଳେ ଟୁର୍ଣ୍ଣାମେଣ୍ଟର ୪୨ତମ ମ୍ୟାଚରେ ଦେଖିବାକୁ ମିଳିଛି ବୋଲରଙ୍କ ପ୍ରାଦୁର୍ଭାବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୁଜରାଟ ଟାଇଟନ୍ସ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୧୫୫ ରନ କରି ପାରିଛି। ଦେବଦତ୍ତ ପାଡିକଲ୍ ସର୍ବାଧିକ ୪୦ ରନ କରିଥିବା ବେଳେ ବିରାଟ କୋହଲି ୨୮ ରନ କରିଛନ୍ତି। ଗୁଜରାଟ ସମ୍ମୁଖରେ ରହିଛି ସହଜ ୧୫୬ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଗୁଜରାଟ ପକ୍ଷରୁ ଅର୍ଶଦ ଖାନ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ରଶିଦ ଖାନ ଓ ଜାସନ ହୋଲଡର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଛି

Updating...