ନୂଆଦିଲ୍ଲୀ, ୦୧/୦୫ : ବିବାଦରେ ଫସିଛି ରାଜସ୍ଥାନ ରୟାଲ୍ସ ଟିମ୍ । ନିକଟରେ ଆଇପିଏଲ ମ୍ୟାଚ୍ ଚାଲିଥିବା ବେଳେ ଅଧିନାୟକ ରିୟାନ ପରାଗଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଇ-ସିଗାରେଟ୍ ଟାଣୁଥିଲେ । ଏହାପରେ ବିସିସିଆଇ ତାଙ୍କ ମ୍ୟାଚ୍ ଫି ର ୨୫ ପ୍ରତିଶତ କାଟି ଦେଇଛି । ଏସବୁ ଘଟଣା ପରେ ରାଜସ୍ଥାନ ରୟାଲ୍ସ ମ୍ୟାନେଜମେଣ୍ଟ୍ ଅଧିକ ଶକ୍ତ ହୋଇଛି । ଖେଳାଳିଙ୍କୁ ଅନୁଶାସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣାକୁ ନେଇ ଦଳର କୋଚ୍ କୁମାର ସାଙ୍ଗାକରା କହିଛନ୍ତି ଯେ, ଖେଳାଳିଙ୍କ ସେ ନିୟମ ବାବଦରେ ମନେ ପକାଇ ଦେଇଛନ୍ତି । ଦଳର ପରମ୍ପରା ରକ୍ଷା କରିବାକୁ ସମସ୍ତଙ୍କୁ କୁହାଯାଇଛି । ଦଳର ନେତା ଡ୍ରେସିଂ ରୁମରେ କିପରି ବ୍ୟବାହର କରିବେ ତାହା ମଧ୍ୟ ତାଙ୍କୁ ଜଣାଇ ଦିଆଯାଇଛି ।

ସେ ଆହୁରି କହିଛନ୍ତି ଯେ, ଏବେ ଏହି ଘଟଣା ଉପରୁ ସମସ୍ତେ ଧ୍ୟାନ ହଟାଇବା ଦରକାର । ଉଭୟ ଫ୍ରାଞ୍ଚାଇଜି ଏବଂ ବିସିସିଆଇ ରିୟାନଙ୍କ ବିରୋଧରେ ଆକ୍ସନ୍ ନେଇସାରିଛନ୍ତି । ଏହି ବିବାଦ ଦଳ ପାଇଁ ଶୁଭଙ୍କର ନୁହେଁ । ଏହାପୂର୍ବରୁ ବିସିସିଆଇ ରିୟାନଙ୍କ ବିରୋଧରେ ଏକ ନମ୍ବର ଭୁଲ ଆଧାରରେ ଡିମେରିଟ୍ ପଏଣ୍ଟ ଦେଇଛି । ତାଙ୍କର ୨୫ ପ୍ରତିଶତ ମ୍ୟାଚ୍ ଫି କଟାଯାଇଛି । କିଛି ଦିନ ପରେ ବିସିସିଆଇ ଅନ୍ୟ ଆକ୍ସନ ମଧ୍ୟ ନେଇପାରେ ।

ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ବିସିସିଆଇ ଏବେସୁଦ୍ଧା ସେମିତି କିଛି କରିନାହିଁ । ଦଳ ଉପରେ କେଉଁ ର୍ଆକ୍ସନ ନିଆଯିବ ତାହାର ବିଚାର ଚାଲିଛି । ଏହା ଏବେସୁଦ୍ଧା ଆଲୋଚନାର ବିଷୟ ରହିଥିବା ସେ କହିଛନ୍ତି ।