IPL 2024: ରିୟାନ ପରାଗଙ୍କ ଧମାକାଦାର ବ୍ୟାଟିଂ, ଦିଲ୍ଲୀକୁ ୧୮୬ ରନ ଟାର୍ଗେଟ୍ ଦେଲା ରାଜସ୍ଥାନ

Published By : Prameya-News7 Bureau | March 28, 2024 IST

espncricinfo

ଜୟପୁର: ରିୟାନ ପରାଗଙ୍କ ଧମାକାଦାର ବ୍ୟାଟିଂ। ଜୟପୁରର ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ୍‌ର ନବମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୫ ଓ୍ଵିକେଟ୍ ହରାଇ ୧୮୫ ରନ କରିଛି। ରିୟାନ ପରାଗଙ୍କ ଅପରାଜିତ ୮୪ ରନର ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ଏହି ସ୍କୋର କରି ପାରିଛି। ରବିଚନ୍ଦ୍ରନ ଅଶ୍ଵିନ ଦ୍ଵିତୀୟ ସର୍ବାଧିକ ୨୯ ରନ କରିଛନ୍ତି। ମୁକାବିଲା ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରହିଛି। ଖଲିଲ ଅହମ୍ମଦ ଓ ଅକ୍ଷର ପଟେଲ ଯଥାକ୍ରମେ ୨୪ ଓ ୨୧ ରନ ଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଚଳିତ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ ପରାଜିତ ହୋଇଥିଲା। ଉଭୟ ଦଳଙ୍କ ଆଜି ହେଉଛି ଦ୍ଵିତୀୟ ମ୍ୟାଚ୍। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.