ଜେକ ଫ୍ରେଜରଙ୍କ ବିଧ୍ଵଂସୀ ବ୍ୟାଟିଂ ପରେ ସାଇ ହୋପ୍ ଓ ଷ୍ଟବ୍ସଙ୍କ ଜଲଓ୍ଵା, ମୁମ୍ବାଇ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

Published By : Prameya-News7 Bureau | April 27, 2024 IST

Aajtak

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଦିଲ୍ଲୀ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ। ଅରୁଣ ଜେଟଲୀ ଷ୍ଟାଡିୟମରେ ଛକା-ଚୌକାର ବର୍ଷା।  ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୫୭ ରନର ପାହାଡ଼ ଛିଡ଼ା କରିଛି। ଜେକ ଫ୍ରେଜର ମ୍ୟାକଗର୍କ ବିଧ୍ଵଂସୀ ୮୪ ରନର ଇନିଂସ ଖେଳିଥିବା ବେଳେ ଟ୍ରିଷ୍ଟନ ଷ୍ଟବ୍ସ  ୪୮ ରନ ଓ ସାଇ ହୋପ ୪୧ ରନ କରିଛନ୍ତି। ମୁମ୍ବାଇ ସମ୍ମୁଖରେ ରହିଛି ୨୫୮ ରନର ବିଶାଳ ବିଜୟ ଲକ୍ଷ୍ୟ। ଯଶପ୍ରୀତ ବୁମରା ଓ ପୀୟୁଷ ଚାଓ୍ଵଲାଙ୍କୁ ବାଦ୍ ଦେଲେ ବାକି ବୋଲର ନିର୍ମମ ପ୍ରହାର ଖାଇଛନ୍ତି। ଦିଲ୍ଲୀ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ଥିବା ବେଳେ ମୁମ୍ବାଇ ନବମରେ ରହିଛି। 

Also read: ଆଇସିସି ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡର ହେଲେ ଯୁବରାଜ ସିଂହ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀର ଓପନର ଜେକ ଫ୍ରେଜର ମ୍ୟାକଗର୍କ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରି ମୁମ୍ବାଇ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଛକା-ଚୌକା ବର୍ଷା କରି ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଅଭିଷେକ ପୋରେଲଙ୍କ ସହ ମିଶି ୭.୩ ଓଭରରେ ୧୧୪ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଜେକ ମାତ୍ର ୨୭ ବଲ୍‌ରୁ ୧୧ ଚୌକା ଓ ୬ ଛକା ସହ ୮୪ ରନ କରିଥିଲେ। ପୋରେଲ ୨୭ ବଲ୍‌ରୁ ୩୬ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ସାଇ ହୋପ୍ ଓ  ଅଧିନାୟକ ଋଷଭ ପନ୍ତ ଦ୍ରୁତ ବ୍ୟାଟିଂ କରି ରନ ଗତ ବଜାୟ ରଖିଥିଲେ। ଦୁହେଁ ତୃତୀୟ ଓ୍ଵିକେଟ୍ ପାଇଁ ୫୩  ରନ ଯୋଡ଼ିଥିଲେ। ହୋପ୍ ମାତ୍ର ୧୭ ବଲ୍‌ରୁ ୫ ଛକା ସହ ୪୧ ରନର ବିସ୍ଫୋରକ ବ୍ୟାଟିଂ କରିଥିଲେ।  ପନ୍ତ ୧୯ ବଲରୁ ୨୯ ରନ କରି ପାଭିଲିୟନ ଫେରିଥିଲେ। ଟ୍ରିଷ୍ଟନ ଟବ୍ସ ଦ୍ରୁତ ବ୍ୟାଟିଂ କରି ଦିଲ୍ଲୀର ସ୍କୋରକୁ ୨୫୦ ପାର କରାଇଥିଲେ। ସେ ୨୫ ବଲ୍‌ରୁ ୪୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ୨୫୭ ରନର ବିଶାଳ ସ୍କୋର କରିଛି। ବୋଲିଂରେ ବୁମରା ଓ ଚାଓ୍ଵଲାଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.