ଋତୁରାଜଙ୍କ ଅଧିନାୟକତ୍ଵ ଇନିଂସ, ରାଜସ୍ଥାନକୁ ହରାଇ ପ୍ଲେ ଅଫ୍‌ର ନିକଟତର ଚେନ୍ନାଇ

Published By : Prameya-News7 Bureau | May 12, 2024 IST

ଚେନ୍ନାଇ: ବୋଲରଙ୍କ ଶାଣିତ ବୋଲିଂ ପରେ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଅଧିନାୟକତ୍ଵ ଇନିଂସ ବଳରେ ଚେନ୍ନାଇ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ ବିଜୟ ଲାଭ କରିଛି। ଘରୋଇ ଚେପକ ମଇଦାନରେ ରାଜସ୍ଥାନକୁ ୫ ଓ୍ଵିକେଟ୍‌ ହରାଇ ପ୍ଲେ ଅଫ୍‌ର ନିକଟତର ହୋଇଛି ଚେନ୍ନାଇ। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ହ୍ୟାଟ୍ରିକ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରିୟାନ ପରାଗଙ୍କ ଅପରାଜିତ ୪୭ ରନର ଇନିଂସ ବଳରେ ୫ ଓ୍ଵିକେଟ୍ ହରାଇ ୧୪୧ ରନ କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଅପରାଜିତ ୪୨ ରନର ଦାୟିତ୍ଵପୁର୍ଣ୍ଣ ଇନିଂସ ବଳରେ ୧୮.୨ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଚେନ୍ନାଇ ୧୩ମ ମ୍ୟାଚ୍‌ରୁ ୭ ବିଜୟ ଓ ୧୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ କ୍ରମାଗତ ୩ ପରାଜୟ ସତ୍ତ୍ଵେ ୧୬ ପଏଣ୍ଟ ସହ ରାଜସ୍ଥାନ ଦ୍ଵିତୀୟ ସ୍ଥାନରେ ରହିଛି। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.