ହାଇସ୍କୋରିଂ ମୁକାବିଲାରେ ବାଜି ମାରିଲା ଦିଲ୍ଲୀ, ପ୍ଲେ ଅଫ୍ ଦୌଡ଼ରେ ସ୍ଥିତି ମଜବୁତ; ମୁସ୍କିଲରେ ମୁମ୍ବାଇ

Published By : Prameya-News7 Bureau | April 27, 2024 IST

aajtak

ନୂଆଦିଲ୍ଲୀ: ବରିବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ୪୩ତମ ମ୍ୟାଚ୍‌ର ହାଇସ୍କୋରିଂ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବାଜି ମାରି ନେଇଛି। ରୋମାଞ୍ଚକର ମ୍ୟାଚ୍‌ରେ ଦିଲ୍ଲୀ ମୁମ୍ବାଇକୁ ୧୦ ରନରେ ହରାଇଛି। ବ୍ୟାଟିଂରେ ଜେକ ଫ୍ରେଜର ଏବଂ ବୋଲିଂରେ ରଶିଖ ଡାର ସଲାମ ଚମତ୍କାର ପ୍ରଦର୍ଶନ କରି ଦିଲ୍ଲୀ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୨୫୮ ରନର ବିଜୟ ଲକ୍ଷ୍ୟ ପିଛା କରି ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୨୪୭ ରନ କରି ପାରିଛି। ତିଳକ ବର୍ମା ୬୩ ରନର ଲଢୁଆ ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୬ ଓ ଟିମ୍ ଡେଭିଡ୍ ୩୭ରନର ବିସ୍ଫୋରକ ବ୍ୟାଟିଂ କରିଥିଲେ  ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନାହାନ୍ତି। ଦିଲ୍ଲୀ ଜେକଙ୍କ ୮୪ ରନର ବିସ୍ଫୋରକ ଇନିଂସ ସହ ସାଇ ହୋପଙ୍କ ୪୧ ଓ ଟ୍ରିଷ୍ଟନ ଟବ୍ସଙ୍କ ଅପରାଜିତ ୪୮ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୫୭ ରନ କରିଥିଲା। ବୋଲିଂରେ ଦିଲ୍ଲୀ ପକ୍ଷରୁ ରଶିଖ ଡାର ସଲାମ ଓ ମୁକେଶ କୁମାର ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।  ଏହି ବିଜୟ ସହ ଦିଲ୍ଲୀ ୫ ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠି ପ୍ଲେ ଅଫ ଦୌଡ଼ରେ ନିଜର ସ୍ଥିତି   ମଜବୁତ କରିଛି। ଅନ୍ୟପଟେ ମୁମ୍ବାଇ ୯ମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ଭୋଗି ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.