ଝାରସୁଗୁଡାକୁ ଆଗେଇ ନେବା, ନବ ବାବୁଙ୍କ ସ୍ୱପ୍ନକୁ ପୂରଣ କରିବା : ପାଣ୍ଡିଆନ୍

Published By : Prameya-News7 Bureau | May 10, 2024 IST

ଭୁବନେଶ୍ବର ୧୦।୫: ଝାରସୁଗୁଡ଼ାରେ ବରିଷ୍ଠ ବିଜେଡି ନେତା ତଥା 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ପ୍ରଚାର । ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପାଣ୍ଡିଆନ୍ ପ୍ରଚାର କରିଛନ୍ତି । ବିଧାନସଭା ପ୍ରାର୍ଥୀ ଦିପାଳୀ ଦାସ ଓ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ରଙ୍କ ପାଇଁ ଭୋଟ୍ ମାଗିଛନ୍ତି ।

ଏହି ଅବସରରେ ଆୟୋଜିତ ନିର୍ବାଚନୀ ସଭାରେ ସ୍ୱର୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପାଣ୍ଡିଆନ୍ । ନବ ଦାସ ଝାରସୁଗୁଡା ପାଇଁ ବହୁତ କିଛି କରିଛନ୍ତି । ଦିପାଳୀଙ୍କ ବାପା ଏଠି ନାହାନ୍ତି ଆପଣମାନେ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଛନ୍ତି । 

ପାଣ୍ଡିଆନ୍ କହିଛନ୍ତି, SHG ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । SHG ମହିଳାଙ୍କୁ ପେନସନ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣ ପେନସନ ପାଇଁ କହିଥିଲେ, କଥା ରଖିଲେ ମୁଖ୍ୟମନ୍ତ୍ରୀ । 

ବିଜେପିକୁ ଟାର୍ଗେଟ୍ କରି ଭି.କେ. ପାଣ୍ଡିଆନ୍ କହିଛନ୍ତି, ବିରୋଧୀ ନେତା ମିଛ କଥା କହି ଭୋଟ୍ ନେବେ । ଗ୍ୟାସ୍ ଓ ପେଟ୍ରୋଲ ଦର କମିବ କହିଥିଲେ, କମିଲା କି ? ଯାହା କହିବେ କିଛି କରିବେନି କି ଖୋଜିଲେ ପାଇବେନି । ଏମାନଙ୍କୁ ଆପଣ ଚିହ୍ନନ୍ତୁ, ଉଚିତ ଜବାବ ଦିଅନ୍ତୁ । ଝାରସୁଗୁଡାକୁ ଆଗେଇ ନେବା । ନବ ବାବୁଙ୍କ ଯାହା ସ୍ୱପ୍ନ ଥିଲା ତାକୁ ପୂରଣ କରିବା ।

ଝାରସୁଗୁଡାରେ ପ୍ରଚାର ସାରି ଭି.କେ. ପାଣ୍ଡିଆନ୍ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଧାୟିକା ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର କରିବେ । ଏହାପରେ ଲଖନପୁର ବ୍ଲକ ପଞ୍ଚଗାଁରେ ଜନସଭାକୁ ସମ୍ବୋଧିତ କରିବେ ପାଣ୍ଡିଆନ୍ । 

You Can Read:

୨୦୩୪ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ : ବିଜେଡି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.