ଧର୍ମଶାଳାରେ ଗର୍ଜିଲା କୋହଲିଙ୍କ ବ୍ୟାଟ୍, ପଞ୍ଜାବ ବିପକ୍ଷରେ ବେଙ୍ଗାଲୁରୁର ବିଶାଳ ସ୍କୋର

Published By : Prameya-News7 Bureau | May 09, 2024 IST

espncricinfo

ଧର୍ମଶାଳା: ଧର୍ମଶାଳା ଷ୍ଟାଡିୟମରେ ଗର୍ଜିଲା ବିରାଟ କୋହଲିଙ୍କ ବ୍ୟାଟ୍। ଆଇପିଏଲ୍‌ର ୫୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୭ ଓ୍ଵିକେଟ୍ ହରାଇ ୨୪୧ ରନର ପାହାଡ଼ ଛିଡ଼ା କରିଛି। ବିରାଟ କୋହଲି ୯୨ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ରତଜ ପାଟିଦାର ୫୫ ରନ ଓ କ୍ୟାମେରୁନ ୪୬ ରନର ବିସ୍ଫୋରକ ପାଳି ଖେଳିଛନ୍ତି। ପଞ୍ଜାବ ସମ୍ମୁଖରେ ରହିଛି ୨୪୨ ରନର ବିଶାଳ ବିଜୟ ଲକ୍ଷ୍ୟ। ଏହି ମ୍ୟାଚ୍‌ ବେଙ୍ଗାଲୁରୁ ଓ ପଞ୍ଜାବ ପାଇଁ କର ବା ମର ମୁକାବିଲା। ହାରିବା ଦଳର ପ୍ଲେ ଅଫ୍ ଆଶା ମଉଳିବ ଏବଂ ଜିତିବା ଦଳର ଆଶା ଉଜ୍ଜିବୀତ ରହିବ। 

Also read: ଟି-୨୦ ବିଶ୍ଵକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ମାତ୍ର ୩୦ ଦିନ ବାକି, ପ୍ରସ୍ତୁତ ହୋଇ ପାରିନି ଷ୍ଟାଡିୟମ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ୧୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ଡୁପ୍ଲେସିସ୍‌(୯) ଆଉଟ୍ ହୋଇଥିଲେ। ଓ୍ଵିଲ ଜ୍ୟାକ୍ସ(୧୨) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଏହା ପରେ ବିରାଟ କୋହଲି ଓ ରଜତ ପାଟିଦାର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ଖେଳାଳି ତୃତୀୟ ଓ୍ଵିକେଟ୍ ପାଇଁ ୭୬ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଏହା ପରେ କ୍ୟାମେରୁନ ଗ୍ରୀନଙ୍କ ସହ ମିଶି କୋହଲି ଆହୁରି ଦ୍ରୁତ ବ୍ୟାଟିଂ କରିଥିଲେ। ଚୌକା ଓ ଛକା ବର୍ଷା କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ କୋହଲି। ତେବେ ଶତକରୁ ମାତ୍ର ୮ ରନରୁ ବଞ୍ଚିତ ହୋଇଥିଲେ ଏହି ତାରକା ବ୍ୟାଟର। କୋହଲି ୪୭ ବଲରୁ ୭ ଚୌକା ଓ ୬ ଛକା ସହ ୯୨ ରନ କରି ପାଭିଲିୟନ ଫେରିଥିଲେ। କ୍ୟାମେରୁନ ଗ୍ରୀନ ୨୭ ବଲରୁ ୪୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଫଳରେ ଆରସିବି ୭ ଓ୍ଵିକେଟ୍ ହରାଇ ୨୪୧ ରନର ବିଶାଳ ସ୍କୋର କରିଛି। 

ବୋଲିଂରେ ହର୍ଷଲ ପଟେଲ୍ ୩୮ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଥିଲେ। ବିଧ୍ଵଥ କାଭେରପ୍ପା ୩୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। 

 

 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.