ପଦ୍ମପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଛତିଶଗଡ ନେତାଙ୍କ ପ୍ରଚାର, ସମ୍ବଲପୁରୀ ଓ ଛତିଶଗଡି ଭାଷାରେ ଗାଇଲେ ଗୀତ

Published By : Prameya-News7 Bureau | May 10, 2024 IST

ପଦ୍ମପୁର ୧୦।୫: ପଦ୍ମପୁର ନିର୍ବାଚନ ମଣ୍ଡଳୀର ଓଡିଶା ଛତିଶଗଡ ସୀମାନ୍ତ ବ୍ଲକ ଝାରବନ୍ଧ । ଏହି ବ୍ଲକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ତାଙ୍କ ପ୍ରଚାର ପ୍ରସାର କରିବା ସହ କଂଗ୍ରେସର ହାତ ମୁଠାକୁ ଟାଣ କରିବା ପାଇଁ ମିଶ୍ରଣ ପର୍ବ ମଧ୍ୟ କରିଛନ୍ତି । ଏହି ନର୍ବାଚନ ସଭାରେ ଛତିଶଗଡ ରାଜ୍ୟର ସରାଇପାଲି ବିଧାୟିକା ଚାତୁରୀ ନନ୍ଦ ପଦ୍ମପୁର ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ଓ ବରଗଡ ସାଂସଦ ପ୍ରର୍ଥୀ ସଞ୍ଜୟ ଭୋଇଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଓଡିଶା ରାଜ୍ୟର ପଡୋଶୀ ଛତିଶଗଡ ରାଜ୍ୟରେ କଂଗ୍ରସ ସରକାର ସମୟରେ କିଭଳି ଉନ୍ନତିମୂଳକ କାର୍ଯ୍ୟ ହେବା ସହ ଚାଷୀଙ୍କ ଋଣ ମାଫ କରାଯାଇଥିବା ବିଷୟରେ ଅବଗତ କରାଯାଇଥିଲେ । କଂଗ୍ରେସ ସରକାର ନିର୍ବାନ ପୂର୍ବରୁ ଯେଉଁ ସବୁ ନିର୍ବାଚନ ଇସ୍ତହାର ଦେଇଥାଏ ତାହା ସରକାର ଗଠନ ପରେ ପୂରଣ କରିଥାଏ ଏବଂ ଅନ୍ୟ ସରକାର ଭଳି ଲୋକଙ୍କୁ ମିଛ କହିନଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏତଦ ବ୍ୟତୀତ ସରାଇପାଲି ବିଧାୟିକା ଚାତୁରୀ ନାୟକ ଉଭୟ ସମ୍ବଲପୁରୀ ଓ ଛତିଶଗଡି ଭାଷାରେ ଗୀତ ଗାଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଭୋଟ ଭିକ୍ଷା କରିଥିଲେ ।

କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁଙ୍କ ଜନ୍ମଦିନ ଥିବା କାରଣରୁ କର୍ମୀମାନେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ବିଜେଡି ନେତା ନରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଲୋକ କଂଗ୍ରେସରେ ଯୋଗ ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପ୍ରଲୋଭନ ଦେଖାଇ ତାଙ୍କୁ ମିଛ ପ୍ରତିଶୃତି ଦେଇଥିଲେ ତେଣୁ ସେମାନେ କଂଗ୍ରେସରେ ଯୋଗ ଦେଇଥିବା କହିଛନ୍ତି । ଏହା ସହ ସେମାନେ ଓଡିଶା ଛତିଶଗଡ ସିମାନ୍ତ ଝାରବନ୍ଧ ବ୍ଲକରେ ବସବାସ କରୁଥିବା କାରଣରୁ ସେମାନଙ୍କ ବନ୍ଧୁ ବାନ୍ଧବ ଛତିଶଗଡରେ ରହିଛନ୍ତି ଏବଂ ଛତିଶଗଡରେ କଂଗ୍ରେସ ସରକାର ସମୟରେ ହୋଇଥିବା ଉନ୍ନୟମ ମୂଲକ କାର୍ଯ୍ୟ ବିଷୟରେ ସେମାନେ ଅବଗତ ରହିଥିବା କହିଛନ୍ତି । ସେହି କାରଣରୁ କଂଗ୍ରେସ ସହ ହାତ ମିଲାଇଥିବା କହିଛନ୍ତି । ବରଗଡ ସାଂସଦ ପ୍ରାର୍ଥୀ ସଂଜୟ ଭୋଇ ଏଥର କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ହେବ ଏବଂ ନିର୍ବାଚନୀ ଇସ୍ତହାର ଅନୁସାରେ ଲୋକଙ୍କୁ ସସ୍ତ ସୁବଧା ଯୋଗାଇ ଦିଆଯିବ ବୋଲି କହିଛନ୍ତ ।

You Can Read:

ଝାରସୁଗୁଡାକୁ ଆଗେଇ ନେବା, ନବ ବାବୁଙ୍କ ସ୍ୱପ୍ନକୁ ପୂରଣ କରିବା : ପାଣ୍ଡିଆନ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.