ନୂଆଦିଲ୍ଲୀ – ୟୁପିର ବରେଲିରେ ପୁଣି ଥରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆ ଯାଇଛି। ଗୁରୁବାର ସନ୍ଧ୍ୟା ସମୟ ୩ଟାରୁ ଆଗାମୀ ୪୮ ଘଣ୍ଟା ଯାଏ ଇଣ୍ଟରନେଟ୍‌ର ସବୁ ସେବା ବନ୍ଦ ରହିବ। ଶୁକ୍ରବାର ଜୁମେର ନମାଜକୁ ନେଇ ପ୍ରଶାସନ ଏହି ପଦକ୍ଷେପ ନେଇଛି। ୟୁପି ସରକାରର ଗୃହ ସଚିବ ଗୌରବ ଦୟାଲ ଏହି ସମ୍ୱନ୍ଧରେ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି। ଗୃହ ସଚିବ ଗୌରବ ଦୟାଲ ନିର୍ଦ୍ଦେଶରେ ଲେଖିଛନ୍ତି ଯେ, ବରେଲୀରେ ଆଇନ ବ୍ୟବସ୍ଥା ବିଗିଡ଼ିବା ଯୋଗୁଁ ଏହି ସ୍ଥିତି ଉପୁଜିଛି। ଏଥିରେ ଧନଜୀବନର କ୍ଷତି ମଧ୍ୟ ହୋଇ ପାରେ। ଏସଏମଏସ ଓ ହ୍ୱାଟ୍ସଆପ୍‌ ସହ ଫେସବୁକ୍‌ ଓ ୟୁଟ୍ୟବ୍‌ ଓ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ଭାବନାକୁ ବ୍ୟାଘାତ ଘଟାଇବାକୁ ପ୍ରୟାସ କରାଯାଇ ପାରେ। ଏହାକୁ ଦେଖି ଇଣ୍ଟରନେଟ୍‌ର ଦୁରୁପଯୋଗକୁ ରୋକିବା ପାଇଁ ଗୁରୁବାର ସନ୍ଧ୍ୟା ୩ଟା ସମୟରୁ୪ ଅକ୍ଟୋବର ସନ୍ଧ୍ୟା ୩ଟା ସମୟ ଯାଏ ୪୮ ଘଣ୍ଟା ପାଇଁ ଦୂର ସଞ୍ଚାର ସେବାରେ ମେସେଜ୍‌ , ଇଣ୍ଟରନେଟ୍‌, ବ୍ରଡବ୍ୟାଣ୍ଡ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କହି ରଖୁଛୁ କି, ଗତ ଶୁକ୍ରବାର ବରେଲୀରେ ଜୁମେର ନମାଜ ପରେ ଦଙ୍ଗା ସୃଷ୍ଟି ଥିଲା। ଶହ ଶହ ସଂଖ୍ୟାରେ ଉପଦ୍ରବୀମାନେ ଭଙ୍ଗାରୁଜା କରି ବାଇକକୁ ପୋଡ଼ି ଦେଇ ଥିଲେ। ପୁଲିସ ଅନୁସାରେ , ସୋସିଆଲ ମିଡ଼ିଆ ବ୍ୟବହାର କରି ଲୋକଙ୍କୁ ଏକାଠି କରାଯାଇ ଥିଲା। ଭିଡକୁ କାବୁ କରିବା ପାଇଁ ପୁଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡ଼ିଥିଲା। ତିନି ଅକ୍ଟୋବରରେ ପୁଣି ଗୋଟିଏ ଜୁମେର ନମାଜ ଅନୁଷ୍ଠିତ ହେବ। ଏହାକୁ ଦେଖି ପ୍ରଶାସନ ସହରରେ ଆଲର୍ଟ ଜାରି କରିଦେଇଛି। ସହରର ଶାନ୍ତି ବ୍ୟବସ୍ଥା ଜାରି ରହିଛି , ଏଥିପାଇଁ ସହର ସାରା ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ଇଣ୍ଟରନେଟ୍‌ର ସେବା ଉପରେ ମଧ୍ୟ ୪୮ ଘଣ୍ଟା ପାଇଁ ରୋକ୍‌ ଲଗେଇ ଦିଆ ଯାଇଛି।

ବରେଲିରେ ଗତ ଶୁକ୍ରବାର ହୋଇଥିବା ଉପଦ୍ରବ ପରେ ସଙ୍ଗିନୀ ସ୍ଥିତିକୁ ଦେଖି ଶାସନ ୨୭ ସେପ୍ଟେମ୍ୱରରେ ଇଣ୍ଟରନେଟ୍‌ ସେବା ଉପରେ ୪୮ ଘଣ୍ଟା ପାଇଁ ରୋକ୍‌ ଲଗେଇ ଥିଲେ। ଏହାପରେ ଶନିବାର ୨୯ ସେପ୍ଟେମ୍ୱର ଯାଏ ବରେଲିରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆ ଯାଇ ଥିଲା।

ଗତ ୨୬ ସେପ୍ଟେମ୍ୱରରେ ବରେଲୀରେ ପୁଲିସ ଓ ଭିଡ଼ ମଧ୍ୟରେ ହୋଇଥିବା ହିଂସାତ୍ମକ ଦଙ୍ଗା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଗତ ଶୁକ୍ରବାର ଜୁମେର ନମାଜ ପରେ କୋତବାଲି ଅଞ୍ଚଳରେ ଏକ ମସଜିଦ ବାହାରେ ଦୁଇ ହଜାରରୁ ଅଧିକ ଲୋକଙ୍କ ଭିଡ଼ ଜମା ହୋଇ ଯାଇ ଥିଲା। ଏହି ସମୟରେ ପଥର ମାଡ଼ ଓ ଲାଠିଚାର୍ଜରେ କିଛି ପୁଲିସକର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ।