News7 Logo

NIRF ରାଙ୍କିଙ୍ଗ୍‌: ବାଜିମାରିଲା IIT ମାଡ୍ରାସ, ଚିକିତ୍ସା କ୍ଷେତ୍ରରେ ଟପ୍‌ରେ ଦିଲ୍ଲୀ ଏମ୍ସ

NEWS7
IIT Madras

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ କରାଯାଇଛି NIRF ରାଙ୍କିଂ। ପୁଣିଥରେ IIT ମାଡ୍ରାସ ପ୍ରଥମ ସ୍ଥାନ ହାସଲ କରିଛି। IIT ମାଡ୍ରାସ ଲଗାତାର ଦଶମ ବର୍ଷ ପାଇଁ 'ଇଞ୍ଜିନିୟରିଂ' ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଲଗାତାର ସପ୍ତମ ବର୍ଷ ପାଇଁ 'ସାମଗ୍ରିକ/Overall' ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଏହା ପରେ ଭାରତୀୟ ବିଜ୍ଞାନ ସଂସ୍ଥାନ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନରେ ଅଛି।

ତୃତୀୟ ସ୍ଥାନରେ IIT ବମ୍ବେ, ଚତୁର୍ଥ ସ୍ଥାନରେ IIT ଦିଲ୍ଲୀ, ପଞ୍ଚମ ସ୍ଥାନରେ IIT କାନପୁର ଏବଂ ଷଷ୍ଠ ସ୍ଥାନରେ IIT ଖଡ଼ଗପୁର ଏବଂ ସପ୍ତମ ସ୍ଥାନରେ IIT ରୁକ୍କି ସେହିପରି AIIMS ଦିଲ୍ଲୀ ଅଷ୍ଟମ ସ୍ଥାନ, ଦିଲ୍ଲୀରେ ଅବସ୍ଥିତ ଜବାହରଲାଲ ନେହେରୁ ନବମ ଏବଂ ବାରାଣସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି।

ଶ୍ରେଷ୍ଠ କଲେଜ ତାଲିକାରେ ବିଜୟୀ ହୋଇଛି ଦିଲ୍ଲୀ ବିଶ୍ୱବିଦ୍ୟାଳୟ। ଏହି ତାଲିକାରେ ପ୍ରଥମ ନାମ DUର ହିନ୍ଦୁ କଲେଜର। ମିରାଣ୍ଡା ହାଉସ ଦ୍ୱିତୀୟ ସ୍ଥାନରେ ଅଛି। ହଂସ ରାଜ କଲେଜ ତୃତୀୟ ସ୍ଥାନ ଅଧିକାର କରିଛି। ଶ୍ରେଷ୍ଠ କଲେଜ ତାଲିକାରେ କିରୋରି ମାଲ କଲେଜ ଚତୁର୍ଥ ସ୍ଥାନ ପାଇଛି। ଡିୟୁର ସେଣ୍ଟ ଷ୍ଟିଫେନ୍ସ କଲେଜ ପଞ୍ଚମ ସ୍ଥାନରେ ଅଛି। କୋଲକାତାର ରାମକୃଷ୍ଣ ମିଶନ ବିବେକାନନ୍ଦ କଲେଜ ଷଷ୍ଠ ସ୍ଥାନରେ ଅଛି।

ଯଦି ଆମେ ଚିକିତ୍ସା କ୍ଷେତ୍ର ବିଷୟରେ କଥା ହେବା, ତେବେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରଥମ ସ୍ଥାନରେ ଅଛି। ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଶ୍ରେଷ୍ଠ ମେଡିକାଲ କଲେଜ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ତାମିଲନାଡୁର ଭୋଲର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ ତୃତୀୟ ସ୍ଥାନରେ ଅଛି। ପଣ୍ଡିଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଚତୁର୍ଥ ସ୍ଥାନରେ ଅଛି। ଲକ୍ଷ୍ନୌରେ ଅବସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ପଞ୍ଚମ ସ୍ଥାନରେ ଅଛି।