ୱାଶିଂଟନ ଡିସି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାତିସଂଘ ସାଧାରଣ ପରିଷଦର ୮ତମ ଅଧିବେଶନକୁ ସମ୍ବୋଧିତ କରି, ଭାରତ ଏବଂ ଚୀନକୁ ଟାର୍ଗେଟ୍ କରିଛନ୍ତି। ୟୁକ୍ରେନରେ ରୁଷର ଯୁଦ୍ଧ ପାଇଁ ଏହି ଦୁଇ ଦେଶ ପ୍ରମୁଖ ପାଣ୍ଠିଦାତା ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତିମାନଙ୍କର ରୁଷୀୟ ତୈଳ ଏବଂ ଗ୍ୟାସ କିଣିବା ମସ୍କୋକୁ ଯୁଦ୍ଧ ଜାରି ରଖିବାକୁ ସାହାଯ୍ୟ କରୁଛି ବୋଲି ଟ୍ରମ୍ପ କହିଛନ୍ତି

ଟ୍ରମ୍ପ ହିଥିଲେ ଯେ ସେ ଭାବୁଥିଲେ ଋଷ-ୟୁକ୍ରେନ ଯୁଦ୍ଧ ସହଜରେ ଶେଷ ହୋଇଯିବ। ଏହାପରେ ସେ ଋଷ ତେଲ ଓ ଗ୍ୟାସ୍ ବିକ୍ରି ରେଭିନ୍ୟୁ ପାଉଛି ଓ ଯୁଦ୍ଧ କରିବାକୁ ବଳ ଗୋଟାଉଛି ବୋଲି ଟ୍ରମ୍ପ ଜାଣିବାକୁ ପାଇଥିଲେ। ତେଣୁ ସେ ସିଧାସଳଖ ଭାରତ ଓ ଚୀନର ନାଁ ନେଇ ଅଭିଯୋଗ କରିଥିଲେ। ୟୁକ୍ରେନ ଉପରେ ଆକ୍ରମଣ ଋଷ ପାଇଁ ଭଲ କଥା ନୁହେଁ, ବିଶ୍ୱ ଶକ୍ତିମାନେ ମସ୍କୋକୁ ଯୁଦ୍ଧ ପାଇଁ ବଳ ଦେବା କଥା ନୁହେଁ ବୋଲି ଟ୍ରମ୍ପ କହିଛନ୍ତି।

ଏଥିସହିତ ସେ ପୁଣିଥରେ ପରୋକ୍ଷରେ ଟାରିଫର ଧମକ ଦେଇଛନ୍ତି। ଏବଂ ନିଜର ସହଯୋଗୀ ନାଟୋ ଓ ୟୁରୋପୀୟ ଦେଶଗୁଡ଼ିକ ଋଷ ଠାରୁ ଏନର୍ଜି କିଣିବା ବନ୍ଦ ନ କରିଥିବାରୁ ସେମାନଙ୍କୁ ସମାଲୋଚନା କରିଛନ୍ତି ଟ୍ରମ୍ପ। ସେ ଚେତାବନୀ ଦେଇ କହିଛନ୍ତି ଯେ ଯଦି ୟୁରୋପ ଦୃଢ଼ ପଦକ୍ଷେପ ଗ୍ରହଣ ନ କରେ, ତେବେ ୱାଶିଂଟନ ଏକାକୀ କାର୍ଯ୍ୟ କରିବ। ଯଦି ରୁଷ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ନୁହେଁ, ତେବେ ଆମେରିକା ଏକ ଅତ୍ୟନ୍ତ ଶକ୍ତିଶାଳୀ ଶୁଳ୍କ ଲାଗୁ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଶୁଳ୍କକୁ ପ୍ରଭାବୀ କରାଇବା ଦିଗରେ ଆମକୁ ସହଯୋଗ କରିବାକୁ ରୋପୀୟ ରାଷ୍ଟ୍ରଗୁଡ଼ିକୁ ରୁଷରୁ ସମସ୍ତ ଏନର୍ଜି କ୍ରୟ ତୁରନ୍ତ ବନ୍ଦ କରିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି। ଏନେଇ ସେ ୟୁରୋପୀୟ ନେତାଙ୍କ ସହିତ ସ୍ୱତନ୍ତ୍ର ଭାବେ ଆଲୋଚନା କରିବେ ବୋଲି ଟ୍ରମ୍ପ କହିଛନ୍ତି।