ନୂଆଦିଲ୍ଲୀ ୨୭।୪: ଗ୍ରୀଷ୍ମ ଋତୁ ଆରମ୍ଭ ହେବାମାତ୍ରେ ବଜାରକୁ ମିଠା ଓ ରଶାଳ ଆମ୍ବର ଆଗମନ ହୋଇଥାଏ। ପାଚିଥିବା ସ୍ୱାଦିଷ୍ଟ ଆମ୍ବର ସୁଗନ୍ଧ ହିଁ ଏହାକୁ କିଣିବାକୁ ଆକର୍ଷିତ କରିଥାଏ। ଗ୍ରୀଷ୍ମ ଋତୁରେ ଲୋକେ ଆମ୍ବରେ ନାନା ଖାଦ୍ୟପଦାର୍ଥ ମଧ୍ୟ ପ୍ରସ୍ତୁତ କରିଥାନ୍ତି। ଯାହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏଣୁ ଲୋକେ ବର୍ଷ ତମାମ ଆମ୍ବକୁ ଅପେକ୍ଷା କରି ରହିଥାନ୍ତି। ଏ ରହିଲା ଆମ୍ବ ଖାଇବା କଥା ହେଲେ ବଜାରରେ ଆମ୍ବ ଚିହ୍ନିବେ କିପରି ଏହା ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର କି ନୁହେଁ। ଆସନ୍ତୁ ଜାଣିବା ଏହାର ୪ଟି ପରୀକ୍ଷଣ।
ରଙ୍ଗରୁ କରନ୍ତୁ ଚିହ୍ନଟ
ଯେଉଁ ଆମ୍ବକୁ କେମିକାଲ ଦ୍ୱାରା ପଚାଯାଇଥାଏ ତାହା ଦେଖିବାକୁ ଅଧିକ ହଳଦିଆ ଓ ଚିକ୍କଣ। ଏପରି ଆମ୍ବ ରେ ଆପଣ ସବୁଜ ଚିହ୍ନବି ଦେଖିବାକୁ ପାଇବେ। ତେବେ ପ୍ରାକୃତିକ ଭାବେ ପାଚିଥିବା ଆମ୍ବର ରଙ୍ଗ ଇଷତ ହଳଦିଆ ହୋଇଥିବା ବେଳେ ଏହାର ସୁଗନ୍ଧ ଅଧିକ ହୋଇଥାଏ। ନାକ ପାଖକୁ ନେଲେ ଆମ୍ବର ବାସ୍ନା ଉକୁଟେ।
ସୁଗନ୍ଧ ଆଘ୍ରାଣ କରି କିଣନ୍ତୁ ଆମ୍ବ
ଆପଣ ଯେବେବି ବଜାରକୁ ଆମ୍ବ କିଣିବାକୁ ଯାଆନ୍ତି ଏହାକୁ ଏହାର ବାସ୍ନାକୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ। କେମିକାଲରେ ପଚା ଯାଇଥିବା ଆମ୍ବରୁ ଅଜବ ପ୍ରକାରର ବାସ୍ନା ବାହାରେ ଯାହା ଆପଣଙ୍କୁ ଆଦୌ ଭଲ ଲାଗିବ ନାହିଁ। ଏଥିରେ ପ୍ରାକୃତିକ ଭାବେ ପାଚିଥିବା ଆମ୍ବରୁ ପ୍ରାକୃତିକ ଓ ତୀବ୍ର ସୁନ୍ଧ ଆସିଥାଏ। ଏହି ଆମ୍ବ ଖାଇବାକୁ ମଧ୍ୟ ବହୁତ ମିଠା ହୋଇଥାଏ।
ଆମ୍ବକୁ ଧରି ଏହାକୁ ଚିହ୍ନଟ କରନ୍ତୁ
ଆମ୍ବକୁ ଧରିଲେ ଏଥିରୁ ଏହା କେମିକାଲରେ ପଚାଯାଇଥିବା ଆମ୍ବ କି ପ୍ରାକୃତିକ ଉପାୟରେ ପାଚିଥିବା ଆମ୍ବ ଆପଣ ସହଜରେ ବାରି ପାରିବେ। ଏଥିରୁ ଯଦି ଆପଣଙ୍କୁ ଲାଗିବ ଆମ୍ବର ଗୋଟିଏ ପଟ ନରମ ଓ ଅନ୍ୟ ପଟଟି ଟାଣ ତେବେ ଏହା କେମିକାଲ ଦ୍ୱାରା ପଚାଯାଇଥିବା ଆମ୍ବ ବୋଲି ଆପଣ ଜାଣି ପାରିବେ। ପ୍ରାକୃତିକ ରୂପେ ପାଚିଲା ଆମ୍ବ ହାତକୁ ହାଲୁକା, ନରମ ଓ ପାଚିଲା ଲାଗିବ।
ପାଣିରେ ପକାଇ କରନ୍ତୁ ପରୀକ୍ଷା
କେମିକାଲ ଆମ୍ବ ଜାଣିବା ପାଇଁ ଆପଣ ପାଣି ପରୀକ୍ଷା ମଧ୍ୟ କରିପାରନ୍ତି। ଏଥି ପାଇଁ ଆପଣ ଗୋଟିଏ ପାତ୍ରରେ ପାଣି ନିଅନ୍ତୁ ଓ ସେଥିରେ ଆମ୍ବକୁ ବୁଡାନ୍ତୁ। ଏଥିରେ ଯଦି ଆମ୍ବ ଭାସେ ତେବେ ଏହା କ୍ୟାଲସିୟମ କାର୍ବାଇଡ ଦିଆ ଆମ୍ବ ବୋଲି ଆପଣ ଜାଣିଯିବେ। ଯେଉଁ ଆମ୍ବଟି ବୁଡିଯିବ ତାହା ବିନା ରସାୟନରେ ଗଛପାଚିଲା ବୋଲି ଜାଣିବେ।