ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ଟି ମ୍ୟାଚ ବିଶିଷ୍ଟ T20I ସିରିଜ୍ ପାଇଁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। ଏହି ସିରିଜ୍‌ରେ ଇବ୍ରାହିମ ଜାଦ୍ରାନ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। କାନ୍ଧରେ ଆଘାତ ଯୋଗୁଁ ୱେଷ୍ଟଇଣ୍ଡିଜ୍ ସିରିଜ୍ ଏବଂ ICC T20 ୱାର୍ଲ୍ଡ କପ୍ ୨୦୨୬ରୁ ବାଦ୍ ପଡ଼ିଥିବା ଦ୍ରୁତ ବୋଲର ନବୀନ ଉଲ ହକ୍ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। ତାଙ୍କ ସହ ଫଜଲ ହକ୍ ଫାରୁକୀ, ଅବଦୁଲ୍ଲା ଅହମ୍ମଦଜାଇ ଏବଂ ଅଲରାଉଣ୍ଡର ଆଜମତୁଲ୍ଲା ଓମାରଜାଇ ବୋଲିଂ ବିଭାଗ ସମ୍ଭାଳିବେ।

ଘରୋଇ କ୍ରିକେଟ୍ ଏବଂ କ୍ରିକେଟ୍ ଲିଗରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ୱିକେଟକିପର-ବ୍ୟାଟର ନୂର ରହମାନ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଅଭିଜ୍ଞ ଅଲରାଉଣ୍ଡର ଗୁଲବଦିନ ନୈବ ଦଳକୁ ଫେରିଥିବା ବେଳେ ସ୍ପିନ୍ ବିଭାଗରେ ରଶିଦ ଖାନ୍, ନୂର ଅହମ୍ମଦ, ନଙ୍ଗୟାଲ ଖରୋଟି, ମୁଜୀବ ଉର ରହମାନ ଏବଂ ସିନିୟର ଖେଳାଳି ମହମ୍ମଦ ନବୀ ସାମିଲ ଅଛନ୍ତି।

ଆଫଗାନିସ୍ତାନ ୧୫ ଜଣିଆ ସ୍କ୍ୱାଡ୍:
ଇବ୍ରାହିମ ଜାଦ୍ରାନ (ଅଧିନାୟକ), ରହମାନୁଲ୍ଲା ଗୁରବାଜ (ୱିକେଟକିପର), ନୂର ରହମାନ (ୱିକେଟକିପର), ସଦିକୁଲ୍ଲା ଅଟଲ, ଦରବିଶ ରସୁଲି, ଆଜମତୁଲ୍ଲା ଓମାରଜାଇ, ଗୁଲବଦିନ ନୈବ, ମହମ୍ମଦ ନବୀ, ରଶିଦ ଖାନ୍, ନଙ୍ଗୟାଲ ଖରୋଟି, ନୂର ଅହମ୍ମଦ, ମୁଜୀବ ଉର ରହମାନ, ଫଜଲ ହକ୍ ଫାରୁକୀ, ଅବଦୁଲ୍ଲା ଅହମ୍ମଦଜାଇ ଏବଂ ନବୀନ-ଉଲ-ହକ୍। ରିଜର୍ଭ ଖେଳାଳି: ଇଜାଜ ଅହମ୍ମଦଜାଇ, ଶାହିଦୁଲ୍ଲା କମାଲ ଏବଂ ଫରୀଦ ଅହମ୍ମଦ ମଲିକ।