ନୂଆଦିଲ୍ଲୀ: ମେ ମାସ ଠାରୁ ଭାରତୀୟ ସହଯୋଗ ଡିକ୍ସନ ଟେକ୍ନୋଲୋଜୀ ସହ ମିଶି ଲାପଟପ୍, ଡେସ୍କଟପ୍ ପିସି ଓ ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପଦାନ କରିବ ଆମେରିକୀୟ ମଲ୍ଟି ନ୍ୟାସ୍ନାଲ କମ୍ପାନୀ ଏଚପି। ଏ ନେଇ ମନି କଣ୍ଟ୍ରୋଲ୍ରେ ଖବର ପ୍ରକାଶ ପାଇଛି। ଫଳରେ ଭାରତରେ ଏଚ୍ପିର ଉତ୍ପଦାନ ପୂର୍ବ ଅପେକ୍ଷା ବଢ଼ିଯିବ।
ବଢ଼ିଯିବ।
ଏହି ପଦକ୍ଷେପ ଯୋଗୁ ପୂର୍ବ ବର୍ଷ ତୁଳନାରେ କମ୍ପାନୀ ଏହାର ଉତ୍ପାଦନକୁ ପ୍ରାୟ ଦ୍ୱିଗୁଣିତ କରିବ ବୋଲି ଏଚ୍ପି ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଇପ୍ସିତା ଦାସଗୁପ୍ତା କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଦାସଗୁପ୍ତା କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଏଥର କମ୍ପାନୀ ପ୍ରାୟ ଦୁଇଗୁଣ ଅଧିକ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି,ତାହା ପୁଣି ପିଏଲ୍ଆଇ ବିନା। ଆଇଟି ହାର୍ଡୱେୟାର ପାଇଁ ୧୭,୦୦୦ କୋଟି ଟଙ୍କାର ପ୍ରଡକ୍ସନ ଲିଙ୍କ୍ଡ ଇନସେଣ୍ଟିଭ୍ (PLI) ଯୋଜନା ଅଧୀନରେ ୨୦୩ରେ ୨୭ ଟି କମ୍ପାନୀକୁ ଅନୁମୋଦନ ଦିଆଯାଇଥିଲା। ଯେଉଁଥିରେ ଏଚ୍ପି ମଧ୍ୟ ରହିଛି।
ପଢନ୍ତୁ- ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ ଭାରତରେ ତିଆରି ହେବ: ଚୀନରୁ ପ୍ରଡକ୍ସନ ୟୁନିଟ ଉଠାଇ ଆଣିବ ଆପଲ
ଏଚ୍ପିର ଚୀନ୍ ପ୍ଲସ୍ ୱାନ ରଣନୀତିରେ ଭାରତ କେଉଁ ସ୍ଥିତିରେ ଅଛି ବୋଲି ପଚାରିବାରୁ ଦାସଗୁପ୍ତା କହିଥିଲେ ଯେ ବର୍ତ୍ତମାନର ବିଶ୍ୱ ବାଣିଜ୍ୟିକ ସ୍ଥିତି ପୂର୍ବରୁ ଭାରତ ପାଇଁ କମ୍ପାନୀର ଦୃଷ୍ଟିକୋଣ ରହିଆସିଛି। ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତ କି ପ୍ଲେୟାର ହେବାକୁ ଚାହୁଁଥିବା ବେଳେ କମ୍ପାନୀର ବ୍ୟବସାୟ ରଣନୀତି ମଧ୍ୟ ଭାରତର ଏହି ଚିନ୍ତାଧାର ସହିତ ସମନ୍ୱୟ ରଖୁଛି। ତେଣୁ HP ଇଣ୍ଡିଆ ବର୍ଷ ପରେ ବର୍ଷ ଭାରତରେ ଉତ୍ପାଦନ ବୃଦ୍ଧି କରିବାକୁ ଯୋଜନା କରୁଛି ବୋଲି ଦାସଗୁପ୍ତା କହିଥିଲେ। ଏଚ୍ପି ସ୍ଥାନୀୟ ମୂଲ୍ୟ ବୃଦ୍ଧି ଉପରେ କାମ କରୁଥିବା ବେଳେ, ନୂଆ କରି ଘୋଷିତ ₹୨୩,୦୦୦ କୋଟିର ପିଏଲ୍ଆଇ ଯୋଜନା ଅଧୀନରେ ଆବେଦନ କରିବ କି ନାହିଁ ଦାସଗୁପ୍ତା ସ୍ପଷ୍ଟ କରି ନାହାନ୍ତି।
ଦସଗୁପ୍ତାନ ଆହୁରି କହିଛନ୍ତି ଯେ କମର୍ସିଆଲ ଓ କଞ୍ଜମର ଉଭୟ ସେଗମେଣ୍ଟରେ ବ୍ୟବସାୟ ବୃଦ୍ଧି ଦେଖିବାକୁ ମିଳିଛି। ଭାରତରେ, ଟେକ୍ନୋଲୋଜୀ ଉପରେ ଖର୍ଚ୍ଚ ପ୍ରାୟତଃ ଆୟ ସୃଷ୍ଟି କିମ୍ବା ଶିକ୍ଷାଗତ ଲକ୍ଷ୍ୟକୁ ସପୋର୍ଟ କରେ ବୋଲି ଦାସଗୁପ୍ତା କହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପଢନ୍ତୁ- ଭାରତର କାର୍ଯ୍ୟାନୁଷ୍ଠାନରେ ଆତଙ୍କିତ ପାକିସ୍ତାନ, ସେୟାର ବଜାର କ୍ରାସ୍, PSX ୱେବସାଇଟ୍ ବନ୍ଦ
ସପ୍ଲାଏ ଚେନ୍ ସ୍ଥାନାନ୍ତର ଭିତରେ ଭାରତ ଆଡ଼କୁ ମୁହାଁଉଛନ୍ତି ବିଶ୍ୱର ବଡ଼ ବଡ଼ ବ୍ରାଣ୍ଡ୍
ବିଶ୍ୱସ୍ତରୀୟ ଲାପଟପ୍ ନିର୍ମାତାମାନେ ଚୀନ୍ରୁ ଭାରତକୁ ଉତ୍ପାଦନ ୟୁନିଟ୍ସ ସ୍ଥାନାନ୍ତର କରୁଥିବାରୁ, ଆଇଟି ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ହେବାକୁ ଭାରତର ଆକାଂକ୍ଷା ବୃଦ୍ଧି ପାଉଛି। ଆଇଟି ହାର୍ଡୱେର୍ ପାଇଁ ₹୧୭,୦୦୦ କୋଟିର ପ୍ରଡକ୍ସନ-ଲିଙ୍କ୍ଡ ଇନସେଣ୍ଟିଭ୍ (PLI) ଯୋଜନାରେ ନୂଆ ଘୋଷଣା ପରେ କମ୍ପାନୀମାନଙ୍କର ଆଗ୍ରହ ବଢ଼ୁଛି। ଫଳରେ ବିଶ୍ୱର ବଡ଼ ବଡ଼ ବ୍ରାଣ୍ଡ ଚୀନ ଛାଡ଼ି ଭାରତକୁ ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି।