LIVE TV

"ଜୀବନର ସବୁଠୁ ବଡ଼ ଆଶ୍ଚର୍ଯ୍ୟ": ୨୦୨୫ ନୋବେଲ୍ ବିଜେତା କିପରି ଆମ ଫୋନ୍ ଓ କମ୍ପ୍ୟୁଟରକୁ...

NEWS7
NOBEL

ନୂଆଦିଲ୍ଲୀ: ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଁ ତିନି ଜଣ ଆମେରିକୀୟ ବୈଜ୍ଞାନିକଙ୍କ ନାଁ ଘୋଷଣା କରାଯାଇଛି । ବୈଜ୍ଞାନିକ ଜନ୍ କ୍ଲାର୍କ, ମାଇକେଲ୍ ଡେଭୋରେଟ୍, ଜନ୍.ଏମ୍. ମାର୍ଟିନିସଙ୍କୁ ଚଳିତ ବର୍ଷ ନୋବେଲ ସମ୍ମାନରେ ସମ୍ମାନିତ କରାଯିବ । ବୈଦ୍ୟୁତିକ ସର୍କିଟରେ ବଡ଼ ପରିମାଣର ମାକ୍ରୋସ୍କୋପିକ୍ କ୍ୱାଣ୍ଟମ୍ ଟନେଲିଂ ଏବଂ ଉର୍ଜା ସ୍ତର ଆବିଷ୍କାର ପାଇଁ ଏହି ପୁରସ୍କାର ମିଳିବ ।

କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଜନ୍ କ୍ଲାର୍କ କହିଛନ୍ତି, "ଏହି ଆବିଷ୍କାର ଦିନେ ନୋବେଲ୍ ପୁରସ୍କାର ଆଡକୁ ନେବ ବୋଲି ୧୯୮୫ ମସିହାରେ ତାଙ୍କ ଟିମ୍ ଆଦୌ କଳ୍ପନା କରିନଥିଲେ । ଏହାକୁ ହାଲୁକା ଭାବରେ କହିବାକୁ ଗଲେ ଜୀବନର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା।"

୨୦୨୫ ମସିହାର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ହେଉଛି ଚାଳିଶ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତିରେ ଶେଷ ହୋଇଥିବା ଏକ କାହାଣୀ । ୧୯୮୫ ମସିହାରେ ଏକ ଟେବୁଲ-ଟପ୍ ପରୀକ୍ଷଣ କ୍ୱାଣ୍ଟମ୍ ଜଗତ ପ୍ରତି ମଣିଷର ଧାରଣାକୁ ପରିବର୍ତ୍ତନ କରି କମ୍ପ୍ୟୁଟରରୁ ମୋବାଇଲ୍ ଫୋନ୍ ଏବଂ ସୁପର କମ୍ପ୍ୟୁଟର ପର୍ଯ୍ୟନ୍ତ ପ୍ରଯୁକ୍ତିବିଦ୍ୟାକୁ ନୂଆଆକୃତି ଦେଇଛି ।

ନୋବେଲ୍ ବିଜେତା ଜନ୍ କ୍ଲାର୍କ, ମିସେଲ୍ ଏଚ୍.ଡେଭୋରେଟ୍ ଏବଂ ଜନ୍.ଏମ୍. ମାର୍ଟିନିସ୍ କେବେବି ଶିରୋନାମା ହେବା ପାଇଁ କାମ କରିନଥିଲେ । ବରଂ ସେମାନେ ଏକ ବଡ଼ ପ୍ରଶ୍ନ ସହିତ ସଂଘର୍ଷ କରୁଥିଲେ । ତାହା ଥିଲା ଅଦୃଶ୍ୟ କଣିକାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସିଦ୍ଧ କ୍ୱାଣ୍ଟମ୍ ମେକାନିକ୍ସର ଅଦ୍ଭୁତ ନିୟମଗୁଡ଼ିକ କଣ ବାସ୍ତବରେ ଦୈନନ୍ଦିନ ଜିନିଷଗୁଡ଼ିକରେ ଦେଖାଯାଇପାରିବ ? ସେମାନଙ୍କର ଆଶ୍ଚର୍ଯ୍ୟଜନକ ଉତ୍ତର "ହଁ" ବିଜ୍ଞାନ ଏବଂ ଉଦ୍ୟୋଗରେ ଏକ ବିପ୍ଳବ ଆରମ୍ଭ କରିଥିଲା ।

ସେମାନେ ଜୋସେଫସନ୍ ଜଙ୍କସନ୍ ନାମକ ଏକ କ୍ଷୁଦ୍ର ବୈଦ୍ୟୁତିକ ସର୍କିଟ୍ ତିଆରି କଲେ । ଧାତୁର ଦୁଇଟି ଖଣ୍ଡ (ଏକ ସୁପରକଣ୍ଡକ୍ଟର, ଯାହା କୌଣସି ପ୍ରତିରୋଧ ବିନା ବିଦ୍ୟୁତ୍ ବହନ କରେ)କୁ ଏକ ୱାଫେର-ଥିନ୍ ଇନସୁଲେଟର ଦ୍ୱାରା ପୃଥକ କରାଯାଇଥିଲା । ସାଧାରଣତଃ, କରେଣ୍ଟ ସେହି ବାଟ ଦେଇ ଯାଇନଥାଏ । ତେବେ ତାଙ୍କର ଅଲଟ୍ରା-କୋଲ୍ଡ ଲ୍ୟାବରେ ଯାଦୁ ଘଟିଥିଲା ।

କ୍ୱାଣ୍ଟମ୍ ଥିଓରୀ ଅନୁସାରେ, କଣିକାଗୁଡ଼ିକ ଦୈନନ୍ଦିନର ପଦାର୍ଥ ବିଜ୍ଞାନ ଅନୁଯାୟୀ ସେମାନଙ୍କ ଟ୍ରାକରେ ପ୍ରତିବନ୍ଧକଗୁଡ଼ିକ ଦେଇ ଟନେଲ୍ (ସୁରଙ୍ଗ) କରିପାରିବେ । ଏହା କେବଳ ଥିଓରୀ ନଥିଲା- ଟ୍ରିଲିୟନ ଟ୍ରିଲିୟନ ଇଲେକ୍ଟ୍ରନ୍ ଧାରଣ କରିଥିବା ପୂରା ସର୍କିଟ୍ ଗୋଟିଏ କ୍ୱାଣ୍ଟମ୍ ବସ୍ତୁ ପରି କାର୍ଯ୍ୟ କରୁଥିଲା ।

ସେମାନେ ଯେତେବେଳେ ଏହାର ଆଚରଣ ମାପିଥିଲେ, ଦୁଇଟି ଅସାଧାରଣ କଥା ଦେଖିବାକୁ ପାଇଥିଲେ । ପ୍ରଥମତଃ, କେତେକ ସମୟରେ କରେଣ୍ଟ ପ୍ରତିବନ୍ଧକ ଦେଇ ଡେଇଁପଡ଼େ, ଯାହା ଥିଲା ରିୟଲ ଟାଇମ୍ କ୍ୱାଣ୍ଟମ୍ ଟନେଲିଂର ଡମୋନଷ୍ଟ୍ରେସନ । ଏହା ଏତେ ବଡ଼ ଯେ ହାତରେ ଧରିବା ପାଇଁ ଯଥେଷ୍ଟ । ଦ୍ୱିତୀୟତରେ, ପରମାଣୁ ପରି ସେମାନଙ୍କର ସର୍କିଟ୍ କେବଳ ନିର୍ଦ୍ଦିଷ୍ଟ ପରିମାଣର ଶକ୍ତି ଶୋଷିତ କିମ୍ବା ମୁକ୍ତ କରିଥିଲା । ଏହା ପ୍ରମାଣ କରିଥିଲା ଯେ ଉର୍ଜା କ୍ୱାଣ୍ଟିସାଇଜ୍ ଷ୍ଟେପରେ ଆସିଥାଏ, କ୍ଲାସିକାଲ୍ ଫିଜିକ୍ସର ପୂର୍ବାନୁମାନ ପରି ସୁଗମ ପ୍ରବାହ କରେ ନାହିଁ ।

ଏହା କେବଳ ବୈଜ୍ଞାନ ଜଗତକୁ ଆଶ୍ଚର୍ଯ୍ୟ କରିନଥିଲା ବରଂ ଆଜିର କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ବିପ୍ଳବ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ମଧ୍ୟ ପ୍ରଦାନ କରିଥିଲା । ଏହି ନୋବେଲ ବିଜେତା କାର୍ଯ୍ୟର ମୂଳରେ ଥିବା ଜୋସେଫସନ୍ ଜଙ୍କସନ୍ ଏବେ କ୍ୱାଣ୍ଟମ୍ କମ୍ପ୍ୟୁଟର ପାଇଁ ପ୍ରୋଟୋଟାଇପ୍ । ଆପଣଙ୍କ ଫୋନ୍ କିମ୍ବା କମ୍ପ୍ୟୁଟରର ଛୋଟ ସର୍କିଟରେ ଇଲେକ୍ଟ୍ରନଗୁଡ଼ିକ ପ୍ରାୟତଃ ତଥ୍ୟ ସଂରକ୍ଷଣ କିମ୍ବା ପ୍ରସାରଣ କରିବା ପାଇଁ ବସ୍ତୁର ଅତ୍ୟଧିକ ପତଳା ସ୍ତର ମଧ୍ୟରେ ସୁଡ଼ଙ୍ଗ କରନ୍ତି । ଏହି ସିଦ୍ଧାନ୍ତ ଫ୍ଲାସ୍ ମେମୋରୀ, ଟନେଲ୍ ଡାୟୋଡ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟରରେ ବ୍ୟବହୃତ ଜୋସେଫସନ୍ ଜଙ୍କସନଗୁଡ଼ିକୁ ମଧ୍ୟ ପରିଚାଳିତ କରେ ।