ମହୁ ୨୧।୧୧: ମଧ୍ୟପ୍ରଦେଶ ମହୁ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଲ ଫଲାହ ସମୂହ ଅଧ୍ୟକ୍ଷ ଜବାଦ ଅହମଦ ସିଦ୍ଦିକୀଙ୍କ ପିତା ସ୍ୱର୍ଗତ ମୌଲାନା ହମାଦଙ୍କ ଏକ ବାସୋପଯୋଗୀ ସମ୍ପତ୍ତିର ବାସିନ୍ଦା ଓ ଆଇନଗତ ଉତ୍ତରାଧିକାରୀଙ୍କୁ ଏକ ନୋଟିସ୍ ଜାରି କରିଛି। କ୍ୟାଣ୍ଟନମେଣ୍ଟ ଇଞ୍ଜିନିୟର ଏଚ.ଏସ.କାଲୋୟା କହିଛନ୍ତି ଯେ ‘ନୋଟିସ୍ ରେ ସମ୍ପତ୍ତିରେ ବର୍ତ୍ତମାନର ବାସିନ୍ଦା ଅଥବା ଆଇନତଃ ଉତ୍ତରାଧିକାରୀଙ୍କୁ ୩ ଦିନ ମଧ୍ୟରେ ଅନଧିକୃତ ନିର୍ମାଣକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି’। ଏହି ସମ୍ପତ୍ତି ମହୁର ମୁକେରୀ ମହଲ୍ଲା କ୍ଷେତ୍ରର ସର୍ଭେ ନମ୍ବର ୨୪୫/୧୨୪୫ରେ ରହିଛି।

କାଲୋୟା କହିଛନ୍ତି ଯେ ଆମେ ସ୍ୱର୍ଗତ ମୌଲାନା ହମାଦ ଯିଏ ଜବାଦ ଅହମଦ ସିଦ୍ଦିକୀଙ୍କ ପିତା ଅଟନ୍ତି ତାଙ୍କ ଘରକୁ ଅତୀତରେ ମଧ୍ୟ ଅନେକ ନୋଟିସ୍ ଜାରି କରିଛୁ। ସୂଚନା ଅନୁସାରେ ବିଭାଗ ୧୯୯୬ ଓ ୧୯୯୭ରେ କ୍ୟାଣ୍ଟନମେଣ୍ଟ ଅଧିନିୟମ ୧୯୨୪ ସମ୍ପର୍କିତ ଧାରାରେ ଅନେକ ପତ୍ର ଜାରି କରିଥିଲୁ, ଯେଉଁଥିରେ ବେଆଇନ ନିର୍ମାଣ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ବାରମ୍ବାର ନୋଟିସ୍ ସତ୍ତ୍ୱେ କଥିତ ରୂପେ ସମ୍ବଦ୍ଧିତ ନିର୍ମାଣକୁ ହଟା ଯାଇ ନାହିଁ।

ଅଲ ଫଲାହ ସମୂହ ଦ୍ୱାରା ସଞ୍ଚାଳିତ ଫରିଦାବାଦସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟ ନିକଟରେ ଦିଲ୍ଲୀରେ ହୋଇଥିବା ଏକ ବିସ୍ଫୋରଣ, ଯେଉଁଥିରେ ୧୫ ଜଣ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ଏବେ ଯାଞ୍ଚର କେନ୍ଦ୍ରରେ ରହିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଡା.ଉମର ଉନ ନବୀ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଥିଲା। ଏହି ବିସ୍ଫୋରଣରେ ଅନେକ ସନ୍ଦିଗ୍ଧ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କିତ ଥିବାର ଅନୁମାନ କରାଯାଉଛି। ଏଣୁ ତଦନ୍ତକାରୀ ଏଜେନ୍ସୀମାନେ ସଂସ୍ଥାଗତ ରେକର୍ଡ ଓ ଆର୍ଥିକ ନେଣ ଦେଣର ଯାଞ୍ଚ କରୁଛନ୍ତି।

ଅନ୍ୟପଟେ ଦିଲ୍ଲୀର ଏକ କୋର୍ଟ ମନିଲଣ୍ଡ୍ରିଂ ମାମଲାରେ ଅଲ ଫଲାହ ବିଶ୍ୱବିଦ୍ୟାଳୟ ସଂସ୍ଥାପକ ସିଦ୍ଦିକୀକୁ ୧୩ ଦିନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରିମାଣ୍ଡରେ ଛାଡିଛନ୍ତି। ଚଳିତବର୍ଷ ଦିଲ୍ଲୀ ପୋଲିସ ଅପରାଧ ଶାଖା ଦ୍ୱାରା ରୁଜୁ ୨ଟି ଏତଲା ଆଧାରରେ ଇଡି ଏହି ତଦନ୍ତ କରୁଛି। ଏହି ଏଫଆଇଆରରେ ବିଶ୍ୱବିଦ୍ୟାଳୟ ନିଜ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମିଥ୍ୟା ଦାବି କରିଛି ଓ ଛାତ୍ର ଏବଂ ସେମାନଙ୍କ ଅଭିଭାବକଙ୍କୁ ଭ୍ରମିତ କରିଛି। ଏଜେନ୍ସୀ ଦାବି କରିଛି ଯେ ସିଦ୍ଦିକୀ ଛାତ୍ର ଶୁଳ୍କରୁ ପ୍ରାପ୍ତ ୪୦୦ କୋଟିରୁ ଅଧିକ ରାଶି ନିଜ ବ୍ୟକ୍ତିଗତ ଉପଯୋଗ କରିଛି।