କଟକ ୨୨।୧୧ : କଟକ ଦରଘା ବଜାର ଅଞ୍ଚଳରେ ଚାଞ୍ଚଲ୍ୟ । ବାପା-ମାଆଙ୍କ ତଣ୍ଟି କାଟିଲା ପୁଅ । ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାକି ଅଭିଯୁକ୍ତ ପୁଅକୁ ଅଟକ ରଖି ଜେରା କରୁଛି ପୋଲିସ ।

ଖବର ଅନୁଯାୟୀ, ଶୁକ୍ରବାର ରାତିରେ କଟକ ଦରଘା ବଜାର ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ ବିବାଦ ନେଇ ବାପା-ମା ଓ ପୁଅଙ୍କ ମଧ୍ୟରେ କଳହ ଲାଗିରହିଥିଲା। ଯାହାର ପରିଣାମ ସ୍ୱରୁପ ବାପା-ମାଙ୍କ ତଣ୍ଟିକୁ ଛୁରୀରେ କାଟି ହତ୍ୟା କରିଛି ନୃଶଂସ ପୁଅ । ହତ୍ୟାକାଣ୍ଡ ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଅଭିଯୁକ୍ତ ପୁଅକୁ ଅଟକ ରଖି ଜେରା କରୁଛି । କାହିଁକି ଓ କେଉଁ ପରିସ୍ଥିତିରେ ପୁଅ ଏପରି ଜଘନ୍ୟ ହତ୍ୟାକାଣ୍ଡ କରିଲା । ତାକୁ ନେଇ କଟକ ପୋଲିସ ପକ୍ଷରୁ ଚାଲିଛି ତନାଘନା ।

ସେପଟେ ଅଭିଯୁକ୍ତଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଏକ ବାସପଯୋଗୀ ଜାଗା କିଣିବାକୁ ନେଇ ଆଲୋକଙ୍କ ବାପା ୧୦ ଲକ୍ଷ ଟଙ୍କାର କରଜ କରିଥିଲେ। ଯାହା ବାବଦରେ ଆଲୋକ ସାକ୍ଷୀ ରହିଥିଲେ। ପରେ ଉକ୍ତ ଜାଗାକୁ ନେଇ ବିବାଦ ମୁଣ୍ଡ ଟେକିଲା। ନା ଜାଗା ମିଳିଲା, ନା ଜାଗା ବଦଳରେ ଟଙ୍କା। ତେଣୁ ପୁଅ ଉତ୍ୟକ୍ତ ହୋଇ ନିଜ ବାପା ମାଙ୍କୁ ହତ୍ୟା କରିଥିବା ଜଣା ପଡିଛି।