BSKY କାର୍ଡ ଥାଇ ହସ୍ପିଟାଲ କର୍ତ୍ତୃପକ୍ଷ ମାଗୁଛନ୍ତି ଟଙ୍କା, ଜଗତପୁରର ଏକ ଘରୋଇ ହସ୍ପିଟାଲ ବିରୋଧରେ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | April 27, 2024 IST

କଟକ ୨୭।୪: ବିଏସକେଓ୍ବାଇ କାର୍ଡ ଥାଇ ମଧ୍ୟ ଆହତଙ୍କ ପରିବାରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଟଙ୍କା ମାଗୁଥିବା ଅଭିଯୋଗ । କଟକ ଜଗତପୁର ଠାରେ ଥିବା ଏକ ଘରୋଇ ଡ଼ାକ୍ତରଖାନା ବିରୋଧରେ ଆସିଛି ଏଭଳି ଅଭିଯୋଗ । ଏରସମା ଅଞ୍ଚଳର ଜଣେ ମହିଳା ପୋଡି ହୋଇ ଗୁରୁତର ଅବସ୍ଥାରେ ଜଗତପୁରର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ପରିବାରର ବିଏସକେଓ୍ବାଇ କାର୍ଡରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ୭ ଲକ୍ଷ ୩୦ ହଜାର ଟଙ୍କା ବିଲ୍ ହେବା ପରେ ପରିବାର ଲୋକଙ୍କୁ ଦେଢ ଲକ୍ଷ ଟଙ୍କା ଚିକିତ୍ସା ପାଇଁ ମାଗିଥିବା ଅଭିଯୋଗ ହୋଇଛି । 

ସେପଟେ ଶୁକ୍ରବାର ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ନଦେଇ ପୋଲିସ ଡାକି ମୃତଦେହ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି କାମ ବାବଦରେ ମୃତକଙ୍କ ପରିବାର ଲୋକେ ଜଗତପୁର ଥାନାରେ ଏତଲା ଦେବାକୁ ଯାଇଥିଲେ ମଧ୍ୟ ଥାନା କର୍ତ୍ତୃପକ୍ଷ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି ।

You Can Read :

୪୪ ଡିଗ୍ରୀ ଟପିଲା ୩ ସହରର ତାପମାତ୍ରା, ଅନୁଗୋଳ ସବୁଠୁ ଉତ୍ତପ୍ତ ସହର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.