ଫୁଲବାଣୀରେ ନବୀନ ପଟ୍ଟନାୟକଙ୍କ ପ୍ରଚାର, ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କଲେ ଅପିଲ୍

Published By : Prameya-News7 Bureau | May 09, 2024 IST

ଭୁବନେଶ୍ବର ୯।୫: କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଫୁଲବାଣୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଜାର ହଜାର ଜନତା ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି ।

ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ପରିସରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି l  ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନଙ୍କୁ ଶଙ୍ଖ ଚି଼ହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଓଡ଼ିଶାରେ ଷଷ୍ଠ ଥର ପାଇଁ ବିଜେଡି ସରକାର ଗଠନ କରିବା ଲାଗି ଅନୁରୋଧ କରିଥିଲେ l ବିଜେଡି ସରକାର ଦୀର୍ଘ ୨୫ ବର୍ଷ ଧରି ନିଃସ୍ୱାର୍ଥପର ଭାବେ ଓଡ଼ିଶାର ଲୋକଙ୍କ ପାଇଁ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନାମାନ କାର୍ଯ୍ୟକାରୀ କରିଥିବା   କହିଥିଲେ l 

ତେବେ ବିରୋଧୀ ମିଛ ପ୍ରତିଶ୍ରୁତି ଦେବା ସହ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ l ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତି ଯୋଜନା, ବିଜୁ ସ୍ୱାସ୍ଥ୍ୟ ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, କାଳିଆ ଓ 5-ଟି ଯୋଜନା ସବୁ ଭଲ କି, ନବୀନ ପଟ୍ଟନାୟକ ଭଲ କି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପଚାରିଥିଲେ l

ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ଆସିଥିବl 5-ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର ଯୋଜନା ସମର୍କରେ କହିଥିଲେ l ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଲାର ଉନ୍ନତି ସହ ଜିଲ୍ଲାବାସୀଙ୍କ ସ୍ବପ୍ନ ସାକାର ପାଇଁ ଶଙ୍ଖ ଚି଼ହ୍ନରେ ବହୁ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରିବା ସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଲାଗି ଅନୁରୋଧ କରିଥିଲେ l 

ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁର, ଜି ଉଦୟଗିରି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର, ଦଶପଲ୍ଲା ରମେଶ ବେହେରା, ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ ଆରୁଖ, ବୌଦ୍ଧ ପ୍ରଦୀପ ଅମାତ, କଣ୍ଟାମାଳ ମହୀଧର ରଣା ପ୍ରମୁଖ ଯୋଗଦେଇ ଭୋଟ୍ ଭିକ୍ଷା କରିଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ବିଜେଡି ସଭାପତି ଅଙ୍ଗଦ କହଁର ଧନ୍ୟବାଦ ଦେଇଥିଲେ l ପୁପିନ୍ଦର ସଭା ପରିଚାଳନା କରିଥିଲେ l ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ପ୍ରଭାରୀ ବିଜୟ ନାୟକ, ପୂର୍ବତନ ବିଧାୟକ, ବିଜେଡି ନେତା, ମହିଳା ସଂଗଠନର କର୍ମକର୍ତା ଓ କର୍ମୀଙ୍କ ସମେତ  ଜିଲ୍ଲାର ବିଭିନ୍ନ ସ୍ଥାନରୁ କୋଡିଏ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗ ଦେଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା l

You Can Read :

ବିଜେପି ସରକାରକୁ ଆସିଲେ କାମ ସବୁ ହାତକୁ, ପାଣି ସବୁ କ୍ଷେତକୁ, ଛାତ ସବୁ ମୁଣ୍ଡକୁ : ଅପରାଜିତା

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.