ପାରାଦୀପରେ ବିମାନ ବନ୍ଦର, ଜାତୀୟ ରାଜପଥର ପ୍ରଶସ୍ତିକରଣ: ବିକାଶର ଚିଠା ଥୋଇ ବିଜେପି ପାଇଁ ଗଡକରୀଙ୍କ ପ୍ରଚାର

Published By : Prameya-News7 Bureau | May 09, 2024 IST

ପୁରୀ: ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ମାରାଥନ ପ୍ରଚାର । ଗୁରୁବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପି ପାଇଁ ପ୍ରଚାର କରିଛନ୍ତି । ଏହାସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଓଡ଼ିଶା ପାଇଁ କେନ୍ଦ୍ର ସରକାର କରିଥିବା ବିଭିନ୍ନ ପ୍ରକଳ୍ପ କଥା ଲୋକଙ୍କୁ ବିକାଶର ବିଶ୍ୱାସ ଦେଇଛନ୍ତି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଜନସଭାକୁ ସମ୍ୱୋଧନ କରି ନିତିନ ଗଡ଼କରୀ କହିଛନ୍ତି, ‘ପାରାଦୀପ ପୋର୍ଟକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଁ ପ୍ରାୟ ସାଢେ ୪ରୁ ୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମୁଁ ମଞ୍ଜୁରୀ ଦେଇଛି, ଏବଂ ତାହା କାର୍ଯ୍ୟକାରୀ ହୋଇଛି । ମୁଁ ସ୍ୱପ୍ନ ଦେଖାଇବା ନେତା ନୁହେଁ, ମୁଁ ଯାହା କହେ ତାହା କରିକି ଦେଖାଇଛି । ଆମେ ଯାହା କହିବୁ, ତାହା କରିବୁ, ଏହା ହିଁ ଭାରତୀୟ ପାର୍ଟିର ସିଦ୍ଧାନ୍ତ ।'

ଏହାସହ ଓଡ଼ିଶା ପାଇଁ ମଞ୍ଜୁରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ସେ ଘୋଷଣା କରିଛନ୍ତି । ପୋର୍ଟ କନେକ୍ଟିଭିଟି ପାଇଁ ରତନପୁରରୁ-ଦୀଘା ୬ ଲେନ୍ ରୋଡ୍ ୮ ହଜାର କୋଟି ଟଙ୍କାର ୧୭୧ କିଲୋମିଟର ରାସ୍ତା ପାଇଁ ଡିପିଆର ପ୍ରସ୍ତୁତି ସରିଛି । ଏହାଦ୍ୱାରା ଧାମରାରୁ ଯୋଗାଯୋଗ ସୁବିଧା ବଢିବ । ରାମେଶ୍ୱରମ-ପୁରୀ-କୋଣାର୍କ-ପାରାଦୀପ ୪ ଲେନ ସାଢେ ୮ ହଜାର କୋଟି ଟଙ୍କାରେ ୧୭୭ କିଲୋମିଟର ରାସ୍ତା । ଯାହାଦ୍ୱାରା ପାରାଦୀପ ଏବଂ ଧାମରା ପୋର୍ଟ ମଧ୍ୟରେ ସଂଯୋଗ ବଢିବ । ଜାମୁଝରିରୁ ଧାମରା ପୋର୍ଟ ୪ ଲେନ ବିଶିଷ୍ଟ ଗ୍ରୀନ ଫ୍ଲିଡକୁ ୨ ହଜାର କୋଟି ଟଙ୍କାର ନିର୍ମାଣ କରାଯିବ । କଟକ-ପାରାଦୀପ ପୋର୍ଟ ୪ ଲେନତ ପାିଁ ୨ ହଜାର ୩୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଛି । 

ନିତିନି ଗଡ଼କରୀ କହିଛନ୍ତି ଯେ ଧାମରା ପୋର୍ଟ ହେଉ ବା ପାରାଦୀପ ପୋର୍ଟ ସବୁଠି ବିକାଶ ହୋଇଛି । ଓଡ଼ିଶାର ଲୋକଙ୍କୁ ନିଯୁକ୍ତି ମିଳିଛି । ୨୦୦ କୋଟି ଟଙ୍କାରେ ପାରାଦୀର ବିମାନବନ୍ଦର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଓଡ଼ିଶାରେ ରାସ୍ତର ବିକାଶ ପାଇଁ ୩ ଲକ୍ଷ କୋଟି ଟଙ୍କାର କାମ କରାଯାଉଛି । ଏହି ଜନସଭାରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ୱିତ୍ ପାତ୍ର, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ଉପସ୍ଥିତ ରହିଥିଲେ । ଏହା ପୂର୍ବରୁ ଗଡକରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ  । 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.