ହାତୀ ଦାନ୍ତ ଡିଲ୍ ମାମଲାରେ ୨ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା

Published By : Prameya-News7 Bureau | May 09, 2024 IST

ଗୁଣୁପୁର ୯।୫: ହାତୀ ଦାନ୍ତ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ଧରିବା ମାମଲାର ରାୟ ପ୍ରକାଶ ପାଇଛି । ରାୟଗଡା ଜିଲ୍ଲା ପଦ୍ମପୁର ଜେଏମଏଫସି କୋର୍ଟ ରାୟ ପ୍ରକାଶ କରିଛନ୍ତି । ଦୁଇ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ୬ ମାସ ଅଧିକ ଜେଲ୍ ଦଣ୍ଡାଦେଶ । ଅଭିଯୁକ୍ତ ମାନେ ହେଲେ ପଦ୍ମପୁର ଥାନା କିନ୍ଦ୍ରା ଗୁଡାର ଜାକୋବ ମାଝୀ (୩୫) ଡେରିଗାଁର ପଦ୍ମନ କାଡ୍ରାକା (୫୫) । 

ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ମେ’ ମାସ ୨୩ ତାରିଖରେ ପଦ୍ମପୁର ଥାନା କେନ୍ଦୁଗୁଡା ହସ୍ତିନାପୁର ନିକଟରେ ଡିଲ୍ ଚାଲିଥିବା ସମୟରେ ବନ ବିଭାଗ ଉଭୟଙ୍କୁ ଧରିଥିଲା ।  

You Can Read :

ରଥଯାତ୍ରା ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯାଇ ଗଣତି, ମଣତି ହୋଇପାରିବ : ଜଷ୍ଟିସ ପଶାୟତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.