ନୂଆଦିଲ୍ଲୀ ୦୪।୦୫; ଉତ୍ତର ପ୍ରଦେଶର ଆମ୍ବେଦକରନଗରରେ ଦୁଃଖଦ ଘଟଣା ଘଟିଛି। ଜଲାଲପୁର ପୋଲିସ ଷ୍ଟେସନ ଅଧୀନସ୍ଥ ଆଶ୍ରଫପୁର ଭୁଭା ଇଟା ଭାଟି ନିକଟରେ, ଏକ ନିୟନ୍ତ୍ରଣହୀନ ସ୍ୱିଫ୍ଟ ଡିଜାୟାର କାର ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣଙ୍କ ଜୀବନ ଯାଇଛି।

ଘଟଣାକ୍ରମ ଅନୁସାରେ,ଆମ୍ବେଦକର ନଗରରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ନିୟନ୍ତ୍ରଣ ବାହାରେ କାରଟି ଉପସ୍ଥିତ ଲୋକଙ୍କ ଉପରେ ଚଢ଼ିଯାଇଛି। ଦୁଇଟି ବାଇକ୍ ଧକ୍କା ହୋଇଥିଲା, ଯେଉଁଥିରେ ଉଭୟ ଆରୋହୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଲୋକମାନେ ଆହତମାନଙ୍କୁ ସାହାଯ୍ୟ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ କାର ଉପସ୍ଥିତ ଲୋକଙ୍କୁ ଚାପି ଦେଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗୁରୁତରଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲା। ସେଠାରେ ଡାକ୍ତରମାନେ ଛଅ ଜଣଙ୍କୁ ମୃତ ଘୋଷଣା କରିଥିଲେ, ଯେତେବେଳେ ଅନ୍ୟ ଦୁଇଜଣ ମେଡିକାଲ କଲେଜରେ ଚିକିତ୍ସା ସମୟରେ ଆଖିବୁଜିଥିଲେ । ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।

Also Read-Drishti Satellite SpaceX Launch: SpaceX ରକେଟ୍ ସାହାଯ୍ୟରେ ମହାକାଶକୁ ଗଲା ବିଶ୍ୱର ପ୍ରଥମ 'OptoSAR' ସାଟେଲାଇଟ୍ 'ଦୃଷ୍ଟି'