ଚାଲିଲା ରୋହିତଙ୍କ ବ୍ୟାଟ୍, ଗମ୍ଭୀରଙ୍କୁ ଟାର୍ଗେଟ କଲେ ଫ୍ୟାନ୍ସ : କହିଲେ -'କୋଚ୍ ଦେଖୁଛନ୍ତି ନା ନାହିଁ ?'

NEWS7
heavy-rain-in-ganjam-and-berhampur

ଜୟପୁର, ୨୫/୧୨: ଚାଲିଛି ବିଜୟ ହଜାରେ ଟ୍ରଫି । ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରଛନ୍ତି ରୋହିତ ଶର୍ମା । ମୁମ୍ବାଇ ପକ୍ଷରୁ ଖେଳୁଥିବା ପ୍ରଥମ ମୁକାବିଲାରେ ରୋହିତଙ୍କ ହିଟମ୍ୟାନ୍ ସୋ ଦେଖିଛନ୍ତି ଦର୍ଶକ । ସିକିମ ବିପକ୍ଷରେ ଛକା ଚଉକା ବର୍ଷା କରିଛନ୍ତି ସେ । ନିଜ ଦମରେ ସେ ମୁମ୍ବାଇକୁ ୮ ଓ୍ୱିକେଚରେ ବିଜୟୀ କରାଇଛନ୍ତି ।

ବୁଧବାର ଜୟପୁରର ସଓ୍ୱାଇ ମାନସିଂ ଷ୍ଟାଡିୟମରେ ଗର୍ଜିଥିଲା ରୋହିତଙ୍କ ବ୍ୟାଟ୍ । ହଜାର ହଜାର ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥିଲେ ସିକ୍ସ ହିଟର୍ । ୯୪ ବଲରୁ ୧୫୫ ରନ୍ କରିଥିଲେ ସେ । ଏଥିରେ ସାମିଲ ଥିଲା ୧୮ ଚଉକା ଏବଂ ୯ ଛକା । ୨୩୭ ରନକୁ ଚେଜ୍ କରିବା ବେଳେ ରୋହିତଙ୍କ ଜବରଦସ୍ତ ଇନିଂସ ଖାସ୍ ଥିଲା ।

ତେବେ ମ୍ୟାଚ୍ ଆରମ୍ଭର ୩୦ ମିନିଟରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଥିଲେ ଦର୍ଶକ । ଷ୍ଟାଡିୟମରେ ଦଳର ସିଲେକ୍ଟର ଆରପି ସିଂଙ୍କୁ ଦେଖିବା ପରେ ଗମ୍ଭୀର କୁଆଡେ ଗଲେ ବୋଲି ପାଟି କରିଥିଲେ ଦର୍ଶକ । ଗମ୍ଭୀର କେଉଁଠି ଅଛନ୍ତି, ଦେଖୁଛନ୍ତି ନା ନାହିଁ ବୋଲି ଜୋରରେ ଫ୍ୟାନ୍ସ ଚିଲାଇଥିଲେ ।

ବଡଦିନ ପୂର୍ବର ମୁକାବିଲାରେ ରୋହିତଙ୍କ ବ୍ୟାଟରଙ୍କୁ ହିଟମ୍ୟାନ୍ ଇନିଂସ ବାହାରିଥିଲା । ସେ ନିଜର ସମସ୍ତ ଫେଭରେଟ୍ ସଟ୍ ଖେଳିଥିଲେ । ପୁଲ୍ ସଟରୁ ଆରମ୍ଭ କରି ହୁକ୍ ସଟ୍ ଏବଂ କଭରରେ ଛକା ମାରିଥିଲେ । ପ୍ରାୟ ୨୦ ହଜାର ଦର୍ଶକଙ୍କ ଆଗରେ ରୋହିତଙ୍କ ବ୍ୟାଟ୍ ଗର୍ଜନ କରିଥିଲା । ଦର୍ଶକ ମାଗଣାରେ ଏତେ ବଡ ଇନିଂସର ସାକ୍ଷୀ ରହିଥିଲେ । ଚାକିରି, ସ୍କୁଲ, କଲେଜ ଛାଡି ସେମେନା ରୋହିତଙ୍କୁ ଦେଖିବାକୁ ଆସିଥିଲେ । ରୋହିତ ମଧ୍ୟ ଦର୍ଶକଙ୍କ ଭଲ ପାଇବା ଦେଖି ଭାବବିହ୍ୱଳ ହୋଇଯାଇଥିଲେ । ହାତ ଦେଖାଇ ଅଭିବାଦନ ଗ୍ରହଣ କରିଥିଲେ ।