ନୂଆଦିଲ୍ଲୀ: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ଏବେବି ଲାଗି ରହିଛି ବିବାଦ। ଫିଲ୍ମରେ ପ୍ରଭୁଙ୍କ ଜଗନ୍ନାଥଙ୍କ ଗାଥାକୁ ଭୁଲ୍ ଭାବରେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ, ଏହାର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇଛି। ଏମିତିକି ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି।

ଏହି କ୍ରମରେ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟରେ ଫିଲ୍ମକୁ ନେଇ ଯୁକ୍ତି ବାଢ଼ିଛନ୍ତି AG ପିତାମ୍ବର ଆଚାର୍ଯ୍ୟ। ମାମଲାରେ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ତୁରନ୍ତ ଶୁଣାଣି ପାଇଁ ହସ୍ତକ୍ଷେପ ଲୋଡିଲେ AG। ବୁଧବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବି. ଭି. ନାଗରତ୍ନା ଓ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି କରିବେ ।

Also Read: ରାୟଗଡ଼ାବାସୀଙ୍କୁ କରୋନା ଭୟ, ଏମିତି ନ କଲେ ବ୍ୟାପିବାର ସମ୍ଭବନା

ସୂଚନାଥାଉକି, ଏହା ପୂର୍ବରୁ ମାମଲାର ଶୁଣାଣି କରି ଫିଲ୍ମର ଜୁଲାଇ ୧୦ରେ ରିଲିଜ୍ ତଥା ରଥଯାତ୍ରା ସରିବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ଶୁଣାଇଥିଲେ। ଆଉ ଏବେ ବୁଧବାର ପୂର୍ବ ଆଦେଶର ସଂଶୋଧନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଫିଲ୍ମରେ ପ୍ରଭୁ ଜଗନ୍ନାଥଙ୍କୁ କାର୍ଟୁନ୍ ରୂପରେ ଚିତ୍ରଣ କରାଯାଇଥିବା ଯୁକ୍ତି ବାଢ଼ିଛନ୍ତି। ଏହା ଧର୍ମୀୟ ଭାବନାକୁ ଆଘାତ କରୁଛି ବୋଲି ଯୁକ୍ତି ବାଢ଼ିଛନ୍ତି AG।