ବିଶାଖାପାଟନମ୍‌ରେ ହେବ ଏସିଆର ସବୁଠାର ବଡ଼ ଡାଟା ସେଣ୍ଟର: ନିବେଶ କରିବ ଆମେରିକା ଟେକ୍ କମ୍ପାନୀ ଗୁଗଲ

Published By : Prameya-News7 Bureau | August 01, 2025 IST

money.bhaskar.com

ବିଶାଖାପାଟନମ: ଗୁଗୁଲ୍ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ରେ ଏସିଆର ସର୍ବବୃହତ ଡାଟା ସେଣ୍ଟର ନିର୍ମାଣ କରିବାକୁ ଯାଉଛି। ଏହି ଡାଟା ସେଣ୍ଟରର କ୍ଷମତା ୧ ଗିଗାୱାଟ୍ ହେବ। ଏଥିପାଇଁ ଆମେରିକାର ଏହି ଟେକ୍ ଜାଏଣ୍ଟ ୫୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ, ସାରା ଦେଶରେ ମୋଟ ୧.୪ ଗିଗାୱାଟ୍‌ର କ୍ଷମତା ବିଶିଷ୍ଟ ଡାଟା ସେଣ୍ଟରଗୁଡ଼ିକ କାର୍ଯ୍ୟକ୍ଷମ ରହିଥିବା ବେଳେ ଗୁଗଲର ଏହି ଘୋଷଣା ଭାରତରେ ଡାଟା ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ହେବ। 

ରଏଟର୍ସ ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ଏଥିପାଇଁ ଯେଉଁ ୫୦,୦୦୦ କୋଟି ଟଙ୍କା ନିବେଶ କରିବ, ସେଥିରୁ୧୬,୦୦୦ କୋଟି ଟଙ୍କା ରିନ୍ୟୁଏବଲ ଏନର୍ଜୀ ସୁବିଧା ନିର୍ମାଣ ପାଇଁ ଖର୍ଚ୍ଚ ହେବ। ଏହା ଡାଟା ସେଣ୍ଟରକୁ ବିଦ୍ୟୁତ୍ ଯୋଗାଇବ। ଡାଟା ସେଣ୍ଟର ନିର୍ମାଣ ନେଇ ଚଳିତ ବର୍ଷ ଏପ୍ରିଲ  ମାସରେ ଗୁଗୁଲ୍‌ର ମୂଳ କମ୍ପାନୀ ଆଲଫାବେଟ୍ କହିଥିଲା ଯେ କମ୍ପାନୀ ବିଶ୍ୱବ୍ୟାପୀ ଡାଟା ସେଣ୍ଟରଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ଚଳିତ ବର୍ଷ ୬.୨୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ଯେଉଁଥିରେ ଗୋଟିଏ ବିଶାଖାପାଟନମରେ ବି ହେବ। 

ଆନ୍ଧ୍ର ପ୍ରଦେଶର ଆଇଟି ମନ୍ତ୍ରୀ ନାରା ଲୋକେଶ କହିଛନ୍ତି ଯେ ବିଶାଖାପାଟନମରେ ତିନୋଟି କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ମଧ୍ୟ ନିର୍ମାଣ କରାଯିବ। ଏହା ହାଇ-ସ୍ପିଡ୍ ଡାଟା ଟ୍ରାନ୍ସଫରକୁ ସକ୍ଷମ କରିବ। ରାଜ୍ୟରେ ୧.୬ ଗିଗାୱାଟ କ୍ଷମତାର ଡାଟା ସେଣ୍ଟର ନିବେଶକୁ ଚୂଡ଼ାନ୍ତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୬ ଗିଗା ୱାଟ କ୍ଷମତାର ଡାଟା ସେଣ୍ଟର ନିର୍ମାଣ କରିବା ଲକ୍ଷ୍ୟ ରଖାଯାଇଛି।

ଡାଟା ସେଣ୍ଟର କ?

ଡାଟା ସେଣ୍ଟର ହେଉଛି ଏକ ନେଟୱାର୍କ ସହିତ ସଂଯୁକ୍ତ କମ୍ପ୍ୟୁଟର ସର୍ଭରଗୁଡ଼ିକର ଏକ ବଡ଼ ଗ୍ରୁପ। ବଡ଼ ମାତ୍ରାରେ ଡାଟା ଷ୍ଟୋରେଜ୍ ଓ ପ୍ରୋସେସିଂ ପାଇଁ କମ୍ପାନୀ ଏଗୁଡ଼ିକର ବ୍ୟବହାର କରିଥାଏ। ସୋସିଆଲ ମିଡିଆ ପ୍ଲାଟଫର୍ମ

ପଢ଼ନ୍ତୁ-ଆମେରିକା ଠାରୁ F-35 ଯୁଦ୍ଧ ବିମାନ କିଣିବ ନାହିଁ ଭାରତ: ରିପୋର୍ଟ

ଫେସବୁକ୍, ଟ୍ୱିଟର, ହ୍ୱାଟସଆପ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ବ୍ୟାଙ୍କିଂ, ରିଟେଲ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କାରବାରରେ ପ୍ରଚୁର ଡାଟା ମିଳିଥାଏ। ଏହି ଡାଟାଗୁଡ଼ିକକୁ ଗଚ୍ଛିତ ରଖିବା(ଷ୍ଟୋରେଜ୍) ପାଇଁ ଏକ ଡାଟା ସେଣ୍ଟର ଆବଶ୍ୟକ ପଡ଼ିଥାଏ। ଏହି ସୁବିଧାଗୁଡ଼ିକ ମଧ୍ୟରେ ଡାଟା ଷ୍ଟୋରେଜ୍, ସୂଚନାର ପ୍ରୋସେସିଂ ଏବଂ ଅନ୍ୟ ସ୍ଥାନକୁ ଏହାର ସ୍ଥାନାନ୍ତର ଏବଂ କମ୍ପାନୀର ଆପ୍ଲିକେସନ ସହିତ ଜଡିତ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ଏହାକୁ ଏକ ସର୍ଭର ବୋଲି କହିପାରିବା ଯେଉଁଠାରେ ଏକ କମ୍ପାନୀର ସମ୍ପୂର୍ଣ୍ଣ ଆଇଟି ଅପରେଟ ହୋଇଥାଏ । ଡିଜିଟାଲ୍ ଯୁଗରେ, ସୋସିଆଲ ନେଟୱାର୍କିଂ କମ୍ପାନୀଗୁଡ଼ିକ ସେମାନଙ୍କର ଉପଭୋକ୍ତାଙ୍କ ସମସ୍ତ ତଥ୍ୟ ଏବଂ ସୂଚନା ନିଜସ୍ୱ ଡାଟା ସେଣ୍ଟରରେ ରଖନ୍ତି। ଏହି ଡାଟା ସେଣ୍ଟରଗୁଡ଼ିକରେ ହଜାର ହଜାର ସର୍ଭର ଅଛି।

ଡାଟା ସେଣ୍ଟରରେ କିପରି ଷ୍ଟୋର କରାଯାଏ ଡାଟା ଆସନ୍ତୁ ଜାଣିବା। 

ଗୁଗୁଲ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍, ଆମାଜନ, ଫେସବୁକ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକର ନିଜସ୍ୱ ଡାଟା ସେଣ୍ଟର ରହିଛି। ଏକ ବଡ଼ ସ୍ତରରେ ଡାଟା ସଂଗ୍ରହ କରିବା ପାଇଁ, ସେଣ୍ଟରରେ ଥିବା ୩ଟି ଲେୟର (ମ୍ୟାନେଜମେଣ୍ଟ ଲେୟର, ଭର୍ଚୁଆଲ୍ ଲେୟର ଏବଂ ଫିଜିକାଲ ଲେୟର) ଦେଇ ଡାଟା ପଠାଯାଏ। ମ୍ୟାନେଜମେଣ୍ଟ ଲେୟର ଡାଟାକୁ ନିୟନ୍ତ୍ରଣ ଏବଂ ନିରୀକ୍ଷଣ କରିବା ଉପରେ ଗୁରୁତ୍ୱ ଦିଏ। ୟୁଜର ଯାହା ବି ସର୍ଚ୍ଚ କରନ୍ତି ପ୍ରଥମେ ଏହି ସମସ୍ତ ଡାଟା ଏହି ମ୍ୟାନେଜମେଣ୍ଟ ଳେୟର ପରିଚାଳନା କରେ। 

ଭର୍ଚୁଆଲ୍ ଲେୟାରରେ, ୟୁଜର ଦ୍ୱାରା ପଚରାଯାଉଥିବା ପ୍ରଶ୍ନଗୁଡ଼ିକୁ ଆକ୍ସେସ କରାଯାଏ। ଏହା ସହିତ, SQL (ଏକ ପ୍ରକାରର ଷ୍ଟାଣ୍ଡାର୍ଡ ଡାଟା ଲାଙ୍ଗୁଏଜ୍) ବ୍ୟବହାର କରି ୟୁଜର ପଚାରିଥିବା ପ୍ରଶ୍ନର ସୂଚନା ଦିଏ। ଫିଜିକାଲ ଲେୟର ସିଧାସଳଖ ହାର୍ଡୱେର୍ ସହିତ କାର୍ଯ୍ୟ କରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.