LIVE TV

ଭୂମିକମ୍ପରୁ ରକ୍ଷା କରିବ ଆପଣଙ୍କ ଫୋନ୍, ଗୁଗଲରେ ଦେଉଛି ସ୍ପେଶାଲ ଫିଚର

NEWS7
earthquake alerts

ନୂଆଦିଲ୍ଲୀ ୧୩।୧୦: ବିପଦ କେବେ କହିକି ଆସେନି । କିନ୍ତୁ ଯେତେବେଳେ ଆସେ ସବୁକିଛି ନଷ୍ଟ କରିଦିଏ । ସମସ୍ତେ ଚିନ୍ତା କରନ୍ତି କି କାସ୍‌ ବିପଦ ଆସିବା ଆଗକୁ ଆମେ ଜାଣିପାରନ୍ତୁ । ଆପଣଙ୍କର ଏହି ଭାବନା ବର୍ତ୍ତମାନ ସତ ହେବାକୁ  ଯାଉଛି । ଆଉ ଏହାର କାମ କରିବ ଆପଣଙ୍କ ସ୍ମାର୍ଟଫୋନ । ଏବେ ନୂଆ ଫିଚର ସ୍ମାର୍ଟ ଫୋନରେ ଆସିଛି । ଗୁଗଲ ଆଣିଛି ଭୂମିକମ୍ପ ଆଲର୍ଟ କରିବା ସ୍ପେଶାଲ ଫିଚର । ଏହି ଫିଚର ଭୂମିକମ୍ପରେ ମାଟି ଥରିବା ଆଗରୁ ଲୋକଙ୍କୁ କରିବ ଆଲର୍ଟ । ଏହା ସାହାଯ୍ୟରେ ଅନେକ ବହୁମୂଲ୍ୟ ଜୀବନ ବଞ୍ଚାଇହେବ । 

ଗୁଗଲ ଅନୁସାରେ ୨୦୨୦ରୁ ଆରମ୍ଭ ହୋଇଥିଲା ଏହି ଫିଚର । ସେବେଠାରୁ ବର୍ତ୍ତମାନ ଯାଏଁ ଏହା ୨୦୦୦ରୁ  ଅଧିକ ଭୂକମ୍ପର ଆଲର୍ଟ କରିସାରିଲାଣି । ୨୦୨୩ରେ ଏହା ଫିଲିପାଇନ୍ସରେ ହୋଇଥିବା ୬.୭ ତୀବ୍ରତାର ଭୂକମ୍ପ ହେବା ଆଗରୁ ଆଲର୍ଟ କରିଥିଲା । ଫଳରେ ୨୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିଯାଇଥିଲା । ଗୁଗଲ ଏହି ଫିଚରକୁ ଡେଭଲପ୍ କରିବାକୁ ଆହୁରି ରିସର୍ଚ୍ଚ ଚଳାଇଛି ।

ତେବେ ଆଣ୍ଡ୍ରଏଡର ଭୂମିକମ୍ପ ଆଲର୍ଟ ଫିଚରର ସବୁଠାରୁ ବଡ ବିଶେଷତ୍ବ ହେଉଛି ଏହା ଆଲର୍ଟ ସୂଚନା ଦେବା ସହିତ ଏହାକୁ ସୋସିଆଲ ମିଡିଆ ଓ ଅନ୍ୟ ଆପ୍ସରେ ବି ଅନ୍ୟକୁ ସେୟାର କରିପାରିବେ ।  ଏହା ଏକ ପ୍ରି ଫିଲ୍ଡ ମେସେଜ୍ ଏବଂ #AndroidEarthquakeAlert ହ୍ୟାସଟ୍ୟାଗ ନାଁରେ ଆସୁଛି । ଏହା ୟୁଜର୍ସଙ୍କୁ ଆର୍ଥକ୍ବେକ୍ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଚେତାଇଦେବ ।

ଏବେ ପ୍ରଶ୍ନ ଆସୁଛି ଏହା କିପରି କାମ କରିଥାଏ ? ଗୁଗଲର ଏହି ଫିଚର ଫୋନରେ ଥିବା ଏକ୍ସଲେରୋମିଟର ଗୁଡ଼ିକୁ  ବ୍ୟବହାର କରି ସେଗୁଡ଼ିକୁ ମିନି ସିସମୋମିଟରରେ ପରିଣତ କରେ । ଯାହା ଭୂମିକମ୍ପର କମ୍ପନ ଚିହ୍ନଟ କରିବ । ପ୍ରାଥମିକ କମ୍ପନ ଚିହ୍ନଟ ସମୟରେ ଏହା ଗୁଗୁଲର ସର୍ଭର ଗୁଡ଼ିକୁ ସ୍ଥାନ ଏବଂ କମ୍ପନର ତଥ୍ୟ ପଠାଏ  । ଯଦି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଏପରି ଏକାଧିକ ସଙ୍କେତ ମିଳେ  ତେବେ ସିଷ୍ଟମ ଭୂକମ୍ପ ନିଶ୍ଚିତ କରେ  ଏବଂ ସେହି ଅଞ୍ଚଳରେ ଲୋକେ ବ୍ୟବହାର କରୁଥିବା ମୋବାଇଲ ଫୋନକୁ  ସତର୍କ ସୂଚନା ପଠାଇବ ।

୪ ଦଶମିକ କିମ୍ବା ଏଥିରୁ ଅଧିକ ତୀବ୍ରତାର ଭୂକମ୍ପ ହେବାକୁ ଥିଲେ ଫୋନକୁ ସତର୍କ ସୂଚନା ପଠାଇବ  । ତେବେ ଭାରତରେ ଗୁଗଲର ଏହି ଫିଚର କେବେ ଆସୁଛି ତାର କୌଣସି ଔପଚାରିକ ସୂଚନା ନାହିଁ, କିନ୍ତୁ ବିଦେଶରେ ଏହା କାର୍ଯ୍ୟକାରୀ ହେଲାଣି । ତେବେ ଏହାକୁ ଆଗାମୀ ଦିନରେ ଭାରତରେ ମଧ୍ୟ ଉପଲବ୍ଧ କରାଇବାକୁ ଯୋଜନା କରୁଛି ଗୁଗଲ ।