News7 Logo

ପୌରୁଷତ୍ୱ ବଜାୟ ଲାଗି ପିଅନ୍ତି ସ୍ନେକ୍ ଓ୍ୱାଇନ୍, ବୁଲେଟ୍ ପ୍ରୁଫ୍‌ ଟ୍ରେନ୍‌ରେ ବିଦେଶ ଯାତ୍ରା

NEWS7
kim jong

ନୂଆଦିଲ୍ଲୀ ୦୪/୦୯: ଏକଛତ୍ରବାଦ ଶାସକ । ଉତ୍ତର କୋରିଆର କ୍ରୁର ନେତା । ବିଶ୍ୱର ଚର୍ଚ୍ଚିତ ଚେହେରା । ରାଜନୀତି ହେଉ ଲାଇଫଷ୍ଟାଇଲ୍ ସବୁଠି ଲାଇମଲାଇଟ୍ରେ । ଡଉଲ ଡାଉଲ ଚେହେରା ପଛରେ ସୈତାନ ବୁଦ୍ଧି । ଦେଖିବାକୁ ସାଧାସିଧା ବୁଦ୍ଧି କିନ୍ତୁ ଭାରି ପ୍ରଖର । ଶତ୍ରୁ ସମ୍ମୁଖରେ ଛିଡାହୁ୍ଅନ୍ତି ପଥର ହୋଇ । ପରମାଣୁ ଧମକ ବା ଟେକ୍ନୋଲଜି ସବୁଥିରେ ପାରଙ୍ଗମ । ସବୁଥିରେ ଏକ ନମ୍ୱର ହେବା ତାଙ୍କର ପସନ୍ଦ । ତାଙ୍କର ଜୀବନଶୈଳୀ ଏମିତି ଯେ କେହି ଖାଇଯିବ ମାତ୍ । ଦୈନନ୍ଦୀନ ଜୀବନ ବାଦ୍ ବିଦେଶ ଗସ୍ତ ବି ଭାରି ସ୍ପେଶାଲ । ଯାତ୍ରା କରନ୍ତି ନିଜର ବୁଲେଟ ଫ୍ରୁପ୍ ଟ୍ରେନ୍ରେ । ଏଥିପାଇଁ ଖର୍ଚ୍ଚ ବି ହୁଏ ଲକ୍ଷ ଲକ୍ଷ ଡଲାର । ହେଲେ କିମ୍‌ଙ୍କ ଏପରି ଆଟିଟ୍ୟୁଡ୍ ନେଇ ଉଠିଛି ପ୍ରଶ୍ନ । କେହି କେହି କହୁଛନ୍ତି ଦେଶ ଭୋକରେ ମରୁଛି ଶାସକ କିନ୍ତୁ ଅୟସ କରୁଛନ୍ତି । 

ଖାଦ୍ୟ-ପାନୀୟ ପ୍ରତି ତାଙ୍କର ଆଗ୍ରହ କୌଣସି ସେଲିବ୍ରିଟିଙ୍କ ଠାରୁ କମ୍ ନୁହେଁ। ବ୍ରାଣ୍ଡେଡ୍ ଓ ଦାମୀ ହ୍ୱିସ୍କ୍ୱି ପିଅନ୍ତି ସର୍ବୋଚ୍ଚ ଶାସକ । ବ୍ଲାକ୍ ଲେବଲ୍ ସ୍କଚ୍ ହ୍ୱିସ୍କି ଓ ହେନେସି ବ୍ରାଣ୍ଡିକୁ କିମ୍ଙ୍କ ଫେଭରିଟ୍ । ଗୋଟିଏ ବୋତଲର ମୂଲ୍ୟ ୭ ହଜାର ଡ଼ଲାର । ରିପୋର୍ଟ କୁହେ କିମ୍ ପ୍ରତିବର୍ଷ କେବଳ ଉଚ୍ଚମାନର ମଦ ଆମଦାନି କରିବାରେ ପ୍ରାୟ ଖର୍ଚ୍ଚ କରନ୍ତି ୩୦ ନିୟୁତ ଡଲାର । ଇଟାଲୀୟନ ପାର୍ମା ହାମ୍ ଓ ସ୍ୱିସ୍ ଏମେଣ୍ଟାଲ୍ ପନିର ତାଙ୍କର ଫାଷ୍ଟଚ ଚଏସ । ପୂର୍ବତନ ସୁଶି ରୋଷେୟାଙ୍କ କହିବା କଥା କିମ୍ ଓ ତାଙ୍କ ବାପା ପ୍ରାୟତଃ ବିଶ୍ୱର ସବୁଠାରୁ ମହଙ୍ଗା କୋବେ ଷ୍ଟେକ୍ ଓ କ୍ରିଷ୍ଟାଲ୍ ସାମ୍ପେନ ସହ କରିଥାନ୍ତି ରାତ୍ରୀଭୋଜନ । ଜଙ୍କ୍ ଫୁଡ୍ କିମ୍ଙ୍କ ଫେଭରିଟ ଫୁଡ୍ ଲିଷ୍ଟରେ । ୧୯୯୭ ମସିହାରେ, ତାଙ୍କ ପରିବାର ପାଇଁ କେବଳ ପିଜା ତିଆରି କରିବା ପାଇଁ ଇଟାଲୀରୁ ଆସିଥିଲେ ଜଣେ ରୋଷେୟା । 

 ୨୦୧୪ ମସିହାରେ, ରିପୋର୍ଟରେ ଦାବି କରାଯାଇଥିଲା ଯେ କିମ୍ ନିୟମିତ ଭାବରେ ପିଇଥାନ୍ତି 'ସାପ ମଦ' ।  ଯାହା ଶକ୍ତି ଓ ପୁରୁଷତ୍ୱ ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ । ଆହୁରି ଗୋଟିଏ ଆଶ୍ଚର୍ଯ୍ୟର କଥା ହେଉଛି ବ୍ରାଜିଲିୟ କଫିକୁ ଭଲ ପାଆନ୍ତି ତାନାଶାହ । ଯାହା ପାଇଁ ସେ ବାର୍ଷିକ ଖର୍ଚ୍ଚ କରନ୍ତି ୯,୬୭,୦୦୦ ଡଲାର । ଏତ ଗଲା ପାନୀୟ କଥା । ଭାରି ଚେନ୍ ସ୍ମୋକର କିମ୍ ଜୋଙ୍ଗ ଉନ୍ । ୟଭେସ୍ ସେଣ୍ଟ ଲରେଣ୍ଟର କଳା ସିଗାରେଟ୍ ପିଅନ୍ତି କିମ୍ । ଯାହା ସ୍ୱତନ୍ତ୍ର ଭାବରେ ସୁନା ଫଏଲରେ ଗୁଡ଼ାଯାଇଥାଏ। ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଦାବି କରେ ଯେ, ଉତ୍ତର କୋରିଆର ଏକଛତ୍ରବାଦ ଶାସକ ମଦ ଏବଂ ସିଗାରେଟ୍ ପସନ୍ଦ କରନ୍ତି । ଯେଉଁଥାଇଁ ତାଙ୍କର ଓଜନ ୧୩୬ କିଲୋରେ ପହଞ୍ଚିଲାଣି । 

ନିକଟରେ ଚୀନ୍ ଗସ୍ତ କରିଥିଲେ ଉତ୍ତର କୋରିଆର ତାନାଶାହ । ଦୀର୍ଘ ୨୦ ଘଣ୍ଟାର ଯାତ୍ରା କରି ପହଞ୍ଚିଲେ  ଚୀନର ରାଜଧାନୀ ବେଜିଂରେ । ତେବେ ୪,୫୦୦ କିଲୋମିଟରର କଠିନ ଯାତ୍ରା ଥିଲା ବେଶ୍ ଲକ୍ଜୁରୀ । ବିମାନ ପରିବର୍ତ୍ତେ ଏକ ଟ୍ରେନ ବ୍ୟବହାର କରିଥିଲେ କିମ । ଟ୍ରେନଟି କେବଳ ସୁରକ୍ଷାର ପ୍ରତୀକ ନଥିଲା, ଥିଲା ବିଳାସର ପ୍ରତୀକ। ଟ୍ରେନରେ ରେଷ୍ଟୁରାଣ୍ଟ କୋଚ୍ ଅଛି, ଯେଉଁଠାରେ ପରିବେଷଣ କରାଯାଏ ସ୍ୱତନ୍ତ୍ର ଖାଦ୍ୟ । କହିବାକୁ ଗଲେ  ଟ୍ରେନ୍ ହେଉଛି ଗତିଶୀଳ ଦୁର୍ଗ, ଯାହା ସଂପୂର୍ଣ୍ଣ ବୁଲେଟ୍‌ପ୍ରୁଫ୍ । ହାରାହାରି ଗତି ଘଣ୍ଟା ପ୍ରତି ମାତ୍ର ୫୦-୬୦ କିଲୋମିଟର। ଟ୍ରେନରେ ଡାଇନିଂ ଟେବୁଲ ରହିଛି, ଯେଉଁଛି ରହିଛି ଗୋଲ୍ଡ ପ୍ଲେଟେଡ୍ ଲାପଟପ୍, ସ୍ୱତନ୍ତ୍ର ସିଗାରେଟ୍ ବକ୍ସ ଓ ଅନେକ ଫୋନ୍ ।