ନୂଆଦିଲ୍ଲୀ ୧୩/୦୯: ମେଘାଳୟ ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି । ପ୍ରବୀଣ ରାଜନେତା ଓ ଚାରିଥର ମୁଖ୍ୟମନ୍ତ୍ରୀ ଡୋନୱା ଥେଥୱେଲସନ ଲପାଙ୍ଗଙ୍କର ୯ ବର୍ଷ ବୟସରେ ଦେହାନ୍ତ ହୋଇଛି ।​​​​​​​ ଡି.ଡି. ଲପାଙ୍ଗ ବହୁତ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ପରିବାର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

​​​​​​​ରିପୋର୍ଟ ଅନୁଯାୟୀ, ଲପାଙ୍ଗଙ୍କ ଶେଷ ନିଶ୍ୱାସ ତ୍ୟାଗ ସମୟରେ ପୂର୍ବତନ ସାଂସଦ ଓ କଂଗ୍ରେସ ନେତା ଭିନସେଣ୍ଟ ଏଚ୍ ପାଲା ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଥିଲେ। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ, ସମସ୍ତେ ହସ୍ପିଟାଲ ଏବଂ ପରେ ନୋଙ୍ଗପୋସ୍ଥିତ ତାଙ୍କ ବାସଭବନରେ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେପଟେ ତାଙ୍କ  ମୃତ୍ୟୁ ଖବର ଶୁଣି ମେଘାଳୟର ଜନସାଧାରଣ ଏବଂ ନେତାମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ସମଗ୍ର ମେଘାଳୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛି । ସୋମବାର ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷ ବିଦାୟ ଦିଆଯିବ। 

​​​​​​​୧୦ ଏପ୍ରିଲ୍, ୧୯୩୨ରେ ଜନ୍ମଗ୍ରହଣ କରିଥିବା ଲାପାଙ୍ଗଙ୍କ ରାଜନୈତିକ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ । ସେ ଜଣେ ସରଳ ବ୍ୟକ୍ତି ଭାବରେ ତାଙ୍କ ଜୀବନ ଆରମ୍ଭ କରିଥିଲେ । ଗୋଟିଏ ସମୟ ଥିଲା ଯେତେବେଳେ ସେ ତାଙ୍କ ମାଆଙ୍କ ସହିତ ଏକ ଚା ଦୋକାନ ଚଲାଉଥିଲେ । ଶ୍ରମିକ, ଶିକ୍ଷକ ଏବଂ ସରକାରୀ କର୍ମଚାରୀ ଭାବରେ କାମ କରୁଥିଲେ।

ମେଘାଳୟର ଚାରିଥର ମୁଖ୍ୟମନ୍ତ୍ରୀ ଥିବା ଡୋନୱା ଡେଥୱେଲସନ ଲପାଙ୍ଗ । ଜୀବନ ଜଣେ ସାଧାରଣ ବ୍ୟକ୍ତି ଅସାଧାରଣ ହେବାର କାହାଣୀ । କେବଳ ରାଜନୈତିକ କ୍ୟାରିଅର ନୁହେଁ ବରଂ ଦୃଢ଼ତା, ସରଳତା ଓ ସମର୍ପଣର ଏକ ଅବିଶ୍ୱସନୀୟ କାହାଣୀ।  ଯିଏ ନିଜର କଠିନ ପରିଶ୍ରମ ଓ ନିଷ୍ଠା ସହିତ ରାଜ୍ୟର ରାଜନୀତିରେ ଏକ ଅଭୁଲା ଛାପ ଛାଡିଥିଲେ ।