ମସ୍କୋ, ୨୬/୦୮ : ରୁଷ୍ ଆମୁର ଅଞ୍ଚଳରେ ଥିବା ନିର୍ମାଣାଧୀନ ଆମୁର ଗ୍ୟାସ୍ କେମିକାଲ କମ୍ପ୍ଲେକ୍ସ (ଏଜି ସି ସି ) ପ୍ରୋଜେକ୍ଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଚୀନ ଏବଂ ଜଣେ ରୁଷର ନାଗରିକକ ସାମିଲ ଅଛନ୍ତି ।

ଏହି ଅଗ୍ନିକାଣ୍ଡରେ ୧୩୩ ଜଣ ଆହତ ହୋଇଛନ୍ତି। ୨୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏହି କମ୍ପ୍ଲେକ୍ସରେ ବହୁ ଓଡ଼ିଆ ଶ୍ରମିକ କାମ କରୁଛନ୍ତି। ଯାହାଫଳରେ ଓଡ଼ିଶାର ରହୁଥିବା ସେମାନଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଉଦବେଗ ପ୍ରକାଶ କରିଛନ୍ତି।

Also Read :- ରାକ୍ଷୀରେ ଘୂର୍ଣିବଳୟ : ଲଘୁଚାପ ପାଇଁ ପ୍ରବଳ ବର୍ଷିବ, ମହାନଦୀରେ ଆସିବ ବନ୍ୟା !

ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, କମ୍ପେକ୍ଟର ପାଇରୋଲୋସିସ୍ ପ୍ଲାଣ୍ଟର ସହାୟକ ଶାଖା ଟେକ୍ନୋଲୋଜିକାଲ ୟୁନିଟରେ ପ୍ରଥମେ ଗ୍ୟାସ୍ ଲିକ୍ ଯୋଗୁ ନିଆଁ ଲାଗିଥିଲା। ପରେ ଏହା କମ୍ପ୍ଲେକ୍ଟର ପ୍ରାୟ ୨୦୦୦ ବର୍ଗ ମିଟର ଅଞ୍ଚଳରେ ବ୍ୟାପିଥିଲା। ସମଗ୍ର କାରଖାନା ଅଞ୍ଚଳରେ ଭୟାବହ ନିଆଁ ଦେଖିବାକୁ ମିଳିଥଇଲା। ଅବଶ୍ୟ ଏଥିଯୋଗୁ କମ୍ପାନିର ମୁଖ୍ୟ ୟୁନିଟ୍ କ୍ଷତିଗ୍ରସ୍ତ ହୋଇନାହିଁ ।

ଇତିମଧ୍ଯରେ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ପଲିଇଥିଲିନ୍ ଏବଂ ପଲିପ୍ରୋପିଲିନ୍ ଉତ୍ପାଦନ ଲାଗି ରୁଷ୍ କମ୍ପାନି ସିବୁର ଏବଂ ଚୀନର ତୈଳ ଓ ଗ୍ୟାସ୍ କମ୍ପାନି ସିନୋପେକ୍ ମିଳିତ ଭାବେ ଏଜିସି ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏହି କମ୍ପ୍ଲେକ୍ସ ପ୍ରତିବର୍ଷ ୨.୩ ନିୟୁତ ଟନ୍ ପଲିଇଥିଲିନ୍ ଏବଂ ୦.୪ ନିୟୁତ ଟନ୍ ପଲିପ୍ରୋପିଲିନ୍ ଉତ୍ପାଦନ ଲାଗି ସକ୍ଷମ।