କନେଷ୍ଟବଳଙ୍କୁ ଆକ୍ରମଣ କରି ଲୁଚିଥିଲା ଅଭିଯୁକ୍ତ, ଶ୍ବଶୁରୁ ଘରୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | May 27, 2024 IST

ଲମତାପୁଟ ୨୭/୫: କୋରାପୁଟ ନନ୍ଦପୁର ଥାନା ଭିତରେ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ସାହିଲ ଖାନଙ୍କୁ ଗିରଫ କରିଛି ପୋଲିସ । ହିକିମପୁଟ ଗାଁରେ ଶ୍ବଶୁର ଘରେ ଲୁଚି ରହିଥିଲା ଅଭିଯୁକ୍ତ ସାହିଲ । ନନ୍ଦପୁର ଏସଡିପିଓ ସମ୍ବିତ ମାଝୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ସାହିଲଙ୍କୁ ଗିରଫ କରିବାରେ ସଫଳ ହୋଇଛି । 

କୋରାପୁଟ ନନ୍ଦପୁର ବ୍ଲକ ହିକିମପୁଟ ଗ୍ରାମ ପଞ୍ଚାୟତ ଖିଲୁଆଁ ଗାଁରେ ନାବାଳିକା ଅପହରଣ ମାମଲାରେ ସାହିଲକୁ ଅଟକ ରଖିଥିଲା ପୋଲିସ । ସେହି ସମୟରେ ଥାନାରେ ଜଣେ କନେଷ୍ଟବଳ ଭୂଷିତ ଟାକ୍ରି ଉପସ୍ଥିତ ଥିଲେ । ଏକୁଟିଆର ସୁଯୋଗ ନେଇ ସେଠାରେ ରଖାଯାଇଥିବା କାଠ ବନ୍ଧୁକରେ ଭୂଷିତଙ୍କ ମୁଣ୍ଡକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା ସାହିଲ ।

ଭୂଷିତଙ୍କୁ ପ୍ରଥମେ ନନ୍ଦପୁର ମେଡିକାଲରେ ଚିକିତ୍ସା କରାଯାଇଥିଲା ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ନନ୍ଦପୁର ଥାନା ପୋଲିସ ବିଭିନ୍ନ ସ୍ଥାନରେ ତନାଘନା କରିଥିଲା ଆଉ ଶେଷରେ ପୋଲିସ ହାତରେ ଧରାପଡିଛି ସାହିଲ । 

You Can Read:

ସକାଳୁ ସକାଳୁ ଥରିଲା ରାଜଧାନୀ, ସ୍କର୍ପିଓକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.