‘ମୁଁ କାହାକୁ କେବେ ଅସମ୍ମାନ କରିନାହିଁ, ମୋ ଅସମ୍ମାନର ଉଚିତ ଜବାବ ଓଡିଶାବାସୀ ଦେବେ’ : ନବୀନ

Published By : Prameya-News7 Bureau | May 29, 2024 IST

ଭୁବନେଶ୍ବର ୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି ହୋଇଛି । ଭିଡିଓ ବାର୍ତ୍ତାରେ ନବୀନ କହିଛନ୍ତି, ସାଢେ ଚାରି କୋଟି ଭାଇ ଓ ଭଉଣୀଙ୍କ ସେବା କରୁଛି I ସୁଖରେ ଦୁଃଖରେ ମୁଁ ଆପଣଙ୍କ ପାଖରେ ସବୁବେଳେ ଅଛି I ସେ କୋଭିଡ଼ ମୁକାବିଲା ହେଉ କି ବନ୍ୟା-ବାତ୍ୟା ହେଉ ଆପଣମାନଙ୍କ ପଛରେ ଛିଡ଼ା ହୋଇଛି I ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିବି I ମିଶନଶକ୍ତିର ମା’ ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି I ସେହିପରି ଆମର ଯୁବପୀଢୀ ଆତ୍ମବିଶ୍ବାସର ସହ ଆଗକୁ ବଢୁଛି I ଯୁବଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ I ଏବଂ ଦେଶରେ ନମ୍ବର ୱାନ କରିବ I 

ଦୁଃଖର କଥା ବାହାର ନେତା ମାନେ ଆସି ମୋତେ ପ୍ରଶନାଲି ଆଟାକ କରୁଛନ୍ତି, କଟୁକଥା କହୁଛନ୍ତି, ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ଆପଣମାନେ ଭଲ ଭାବରେ ଜଣିଛନ୍ତି, ମୁଁ କାହାକୁ କେବେ ଅସମ୍ମାନ କରେନାହିଁ । କଟୁକଥା କୁହେନାହିଁ I ଆପଣମାନେ ବିଶେଷ କରି ଏବଂ ମା’ ମାନେ, ଯୁବବର୍ଗ ମାନେ ମୋ ପ୍ରତି ଏଇ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟ୍‌ରେ ଦେବେ I ମହାପ୍ରଭୁଙ୍କ ଆର୍ଶୀବାଦ ସବୁବେଳେ ଓଡ଼ିଶା ସାଥିରେ ରହିଛି ରହିଥିବ I


You Can Read :

ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.