ଶେଷ ଲଢେଇ ପାଇଁ ଜୋରଦାର ପ୍ରଚାର, ରୋଡ୍ ସୋ’ କରି ଭୋଟ୍ ମାଗିଲେ ବର୍ଷା

Published By : Prameya-News7 Bureau | May 28, 2024 IST

ଚଣ୍ଡିଖୋଲ ୨୮/୫: ଜୁନ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ । ଶେଷ ଲଢେଇ ପାଇଁ ସବୁ ଦଳର ପ୍ରୟାସ । ପ୍ରଚାର, ରୋଡ୍‌ ସୋ’ ଓ ଶୋଭାଯାତ୍ରାରେ କମ୍ପୁଛି ମୈଦାନ । ଯାଜପୁର ଜିଲ୍ଲା ବଡଚଣାରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷ। ପ୍ରିୟଦର୍ଶିନୀ । ଭୂଷଣ୍ଡପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ରୋଡ୍‌ ସୋ’ କରି ଲୋକଙ୍କୁ ଭୋଟ୍‌ ମାଗିଛନ୍ତି ବର୍ଷା । ନେତା କର୍ମୀ ଓ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସିଥିବା ବର୍ଷାକୁ ଜନସାଧାରଣ ବେଶ ଖୁସିର ସହ ସ୍ବାଗତ କରିଥିଲେ । ବର୍ଷାଙ୍କୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । 


You Can Read:

ବେତନଟୀରେ ଭି.କେ. ପାଣ୍ଡିଆନଙ୍କ ପ୍ରଚାର : ‘ବିଜୁ ପରିବାର ସଦସ୍ୟ ଏକାଠି ଲଢ଼ିଲେ, ଆମେ ନିଶ୍ଚୟ ୫୦ହଜାର ଭୋଟ୍ ବ୍ୟବଧାନରେ ଜିତିବା’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.