LIVE TV

ବିନିକାରେ ବେଧଡ଼କ ଚାଲିଥିଲା ନକଲି ନୋଟ କାରବାର, ପୋଲିସ ଚଢାଉରେ ବିପୁଳ ଟଙ୍କା ଜବତ

NEWS7
binika

ସୋନପୁର ୨୬।୧୦ : ସୋନପୁର ପୋଲିସକୁ ସଫଳତା । ବିନିକା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ଯାହାର ମୂଲ୍ୟ ୪ ଲକ୍ଷ ୧୫ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହାସହ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ବିନିକା ପୋଲିସ ।

ଖବର ଅନୁଯାୟୀ, ବିନିକା ପୋଲିସ କୌଣସି ସୁତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ ଜବତ କରିଛି । ତେବେ ଏହି ନକଲି ନୋଟ କାରବାରରେ ସଂପୃକ୍ତି ଥିବା ଫୁଲମୁଠି ଗାଁର ଅଭିଷେକ ହୋତା, ବିନିକା ସହର ପାତିକାରପଡ଼ାର ଅଶୋକ ନାଏକ ଓ ନକଲି ଟଙ୍କା ଗ୍ରହଣ କରୁଥିବା ଲଛିପୁର ଥାନା ରେଙ୍ଗାଲିଟିଜ୍ରା ଗାଁର ଜୟ ନାରାୟଣ ବସ୍ତିଆଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଧରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ବିନିକା ଥାନାରେ ଏକ ପ୍ରେସ୍‌ମିଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ଜବତ ହୋଇଥିବା ଟଙ୍କା ମଧ୍ୟରେ ୮୦୩ ଖଣ୍ଡ ୫୦୦ ଶହ ଟଙ୍କିଆ ନୋଟ ରହିଛି ।