LIVE TV

ରାଜଧାନୀରେ ବୁଲିଲା ବୁଲ୍‌ଡୋଜର, ହଟିଲା ରାସ୍ତାକୁ ମାଡ଼ି ବସିଥିବା ଦୋକାନ

NEWS7
bbsr

ଭୁବନେଶ୍ୱର ୦୮।୧୦ : ରାଜଧାନୀରେ ଚାଲିଲା ବୁଲ୍‌ଡୋଜର । ଭୁବନେଶ୍ୱରର ମାଳିସାହି କବାଡ଼ି ବସ୍ତିରେ ବୁଲିଛି ବୁଲ୍‌ଡୋଜର । ୟୁନିଟ-୩ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ବଡ଼ଧରଣର ଉଚ୍ଛେଦ ଆରମ୍ଭ ହୋଇଛି ।

ଉକ୍ତ ଅଞ୍ଚଳରେ ଅନେକ କବାଡ଼ିଆ ଦୋକାନ ଖୋଲିଛି । ଏପିରିକି ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଯାହାଫଳରେ ଲୋକଙ୍କ ଯିବାଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ବିଏମ୍‌ସି ନିକଟରେ ମଧ୍ୟ ବାରମ୍ବାର ଅଭିଯୋଗ ହୋଇଥିଲା । ଶେଷରେ ବୁଧବାର ଦିନ ବିଏମ୍‌ସି ପକ୍ଷରୁ କବାଡ଼ି ବସ୍ତି ଅଞ୍ଚଳରେ ବୁଲିଛି ବୁଲ୍‌ଡୋଜର । ରାସ୍ତାକୁ ଅବରୋଧ କରି ରଖିଥିବା ଦୋକାନ ସବୁକୁ ଉଚ୍ଛେଦ କରିଛି ବିଏମ୍‌ସି । ତେବେ ଏହି ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହିତ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।