IPLର ୫ ଟିମ୍କୁ ବଡ ଝଟକା; ଦଳ ଛାଡିବେ ଷ୍ଟାର ଖେଳାଳୀ

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ ୦୧।୦୫: IPLର ୫ ଟିମ୍କୁ ଲାଗିବ ବଡ ଝଟକା । ପ୍ଲେ ଅଫ୍ ପୂର୍ବରୁ ଟିମ୍‌ ଛାଡିବେ ଅନେକ ଖେଳାଳୀ । ବାସ୍ତବରେ ଇଂଲଣ୍ଡ ଘୋଷଣା କରିଛି ଟି-୨୦ ବିଶ୍ୱକପ ପାଇଁ ଟିମ୍ । ନିଜ ଦେଶ ପାଇଁ ଫେରିବାକୁ ନିର୍ଦ୍ଦେଶ ଦେଇଛି ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ । ଏଥିପାଇଁ ଇଂଲଣ୍ଡ ପ୍ଲେୟରଙ୍କୁ ଛାଡ଼ିବାକୁ ପଡିବ ଆଇପିଏଲ୍‌ର ସାଥ୍ । 

ବାସ୍ତବରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଖେଳିବ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଯାହା ମେ ୨୨ରୁ ଆରମ୍ଭ ହେବ । କିନ୍ତୁ ଆଇପିଏଲ୍ ପ୍ଲେ ଅଫ୍ ମେ ୨୧ରୁ ମେ ୨୬ ପର୍ଯ୍ୟନ୍ତ ଚାଲିବ । ଆଇପିଏଲ୍ ଫାଇନାଲ୍ ମେ ୨୮ରେ ହେବ । ଏଥିପାଇଁ ଇଂଲଣ୍ଡ ଖେଳାଳିମାନେ ଫାଇନାଲ୍ ମ୍ୟାଚ୍ ଖେଳିବେନି । 

ଇଂଲଣ୍ଡ ପ୍ଲେୟର୍‌ ରାଜସ୍ଥାନର ଜସ୍ ବଟଲର, କେକେଆରର ଫିଲ୍ ସଲ୍ଟ ଏବଂ ସିଏସକେର ମୋଏନ୍ ଅଲି ପ୍ଲେ ଅଫରେ ଅଂଶଗ୍ରହଣ କରିପାରିବେନି । ଯଦି ଆରସିବି ପ୍ଲେ ଅଫରେ ପହଞ୍ଚେ ତେବେ ୱିଲ୍ ଜ୍ୟାକ୍ସ ପ୍ଲେ ଅଫ୍ ଏଣ୍ଟ୍ରି କରିପାରିବେନି । ଏଥିପାଇଁ ବର୍ତ୍ତମାନ ଫ୍ରାଞ୍ଚାଇଜ୍‌ ଟିମ୍‌ର ବଢିଛି ଚିନ୍ତା । 

ଖବର ଅନୁଯାୟୀ ଆଇସିସି ଟି-୨୦ ବିଶ୍ବକପ୍‌ ପାଇଁ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ଦଳରେ ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ସହ କ୍ରିସ୍‌ ଜୋର୍ଡାନ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଇପିଏଲ୍‌ ୨୦୨୪ରେ ନିଜର ଜଲଓ୍ବା ଦେଖାଉଥିବା ଫିଲିପ ସଲ୍ଟଙ୍କୁ ଦଳରେ ସୁଯୋଗ ମିଳିଛି । 

ଜୋସ୍‌ ବଟଲର ଅଧିନାୟକ ହୋଇଛନ୍ତି । ସେହିପରି ଇଂଲଣ୍ଡ ଟିମ୍‌ରେ ମୋଇନ୍‌ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନି ବେୟାରଷ୍ଟ୍ରୋ, ହ୍ୟାରୀ ବ୍ରୁକ୍ସ, ସାମ କରନ, ବେନ ଡକେଟ୍‌, ଟମ୍‌ ହାର୍ଟଲେ, ଓ୍ବିଲ ଜ୍ୟାକ୍‌, କ୍ରିସ୍‌ ଜୋର୍ଡାନ୍‌, ଲିୟାମ୍‌ ଲିଭିଙ୍ଗଷ୍ଟୋନ୍‌, ଆଦିଲ୍‌ ରଶିଦ, ଫିଲ ସଲ୍ଟ, ରିସ୍ ଟପଲେ ଓ ମାର୍କ ଉଡ୍‌ ସାମିଲ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.