ନୀଳଗିରି ୧୪।୧୨ : ଗାଁରେ ପଶିଲା କୁଳଡିହା ହାତୀ । ପେଟ୍ରୋଲ ପମ୍ପରେ ପକାଇଲା ଡେରା । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ଥିବା ହାତୀପଲ ଏବେ ଗାଁକୁ ପଶି ବ୍ୟାପକ ଉପଦ୍ରବ କରିଛନ୍ତି ।

ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ବିଳମ୍ବିତ ରାତିରେ ଏକ ପେଟ୍ରୋଲ ଟାଙ୍କି ଭିତରେ ପଶି ଏଣେତେଣେ ହେବା ଦୃଶ୍ୟ ପୁରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। କୂଳଡିହା ଅଭୟାରଣ୍ୟରୁ ହାତୀ ଦୈନିକ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ବ୍ୟାପକ ଉପଦ୍ରବ କରୁଛି । ରାସ୍ତାରେ ଥିବା ମାନଗଡ଼ ପେଟ୍ରୋଲ ଟାଙ୍କିରେ ଏହି ହାତୀଟି ବୁଲୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଖାଦ୍ୟ ପାଇଁ ଏହି ହାତୀଟି ବିଲ ରାସ୍ତା ଅତିକ୍ରମ କରିବା ପରେ ପେଟ୍ରୋଲ ଟାଙ୍କିରେ ପହଞ୍ଚିଥିଲା । ରାତିରେ ଟାଙ୍କି କର୍ମଚାରୀମାନେ ହାତୀକୁ ଦେଖି ଭୟଭୀତ ହେବା ସହ ସମସ୍ତେ ଭିତରେ ଲୁଚି ଯାଇଥିଲେ । କିଛି ସମୟ ଏହି ହାତୀଟି ରହି ପୁଣି ପଳାଇଯାଇଥିଲା। ପଞ୍ଚଲିଙ୍ଗେଶ୍ୱର, ମାନଗଡ଼, ଖୁଲିଆ, ଢ଼ୋଲପୁର, ବାଉଁଶବଣିଆ, ଯାଉଁରି, ବେତସୁଳ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଛି।