LIVE TV

ଉପରମୁଣ୍ଡରେ ପ୍ରବଳ ବର୍ଷା, ହୀରାକୁଦରେ ୨୦ ଗେଟ୍ ଖୋଲା- ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ

NEWS7
eic

ଭୁବନେଶ୍ୱର ୨୫।୦୯ : ଉପରମୁଣ୍ଡରେ ପ୍ରବଳ ବର୍ଷା । ଯାହାକୁ ଦୃଷ୍ଟିରେ ରଖି ହୀରାକୁଦରେ ଆଉ ୪ଟି ଗେଟ୍‌ ଖୋଲିବ । ବର୍ତ୍ତମାନ ସୁଦ୍ଧା ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ୩ ଲକ୍ଷ ୬୦ ଜଳ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହେଲେ ତଳମୁଣ୍ଡରେ ବର୍ଷା ନଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ।   

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ମୁଣ୍ଡଳିରେ ସକାଳ ୮ ରୁ ୧୧ ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ । ବର୍ଷା କମିଥିବାରୁ ବନ୍ୟା ସ୍ଥିତି କମିଛି । ଅନ୍ୟ କୌଣସି ନଦୀରେ ବନ୍ୟା ନାହିଁ। ଆଗକୁ ଥିବା ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ। ତେଣୁ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡିକରେ ଥିବା ଜଳ ଭଣ୍ଡାର ଗୁଡିକରେ ଜଳ ସଂରକ୍ଷଣ ହୋଇ ରହିବ।