ଖାଇବାକୁ ଦେବାରେ ବିଳମ୍ବ କଲେ ମା’, ମାଡ଼ ମାରିବା ପରେ ତଣ୍ଟିଚିପି ହତ୍ୟା କଲା ମଦ୍ୟପ ପୁଅ

Published By : Prameya-News7 Bureau | May 04, 2024 IST

ପାଟଣା ୪।୫: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ବୃଦ୍ଧା  ମା’କୁ ମାଡ଼ ମାରିବା ପରେ ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଗ୍ରାମରେ ଏଭଳି ଅଭାବନୀୟ  ଘଟଣା ଘଟିଛି  । ପୁଅକୁ ଅଟକ ରଖି ପୋଲିସର ପଚରାଉଚରା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଗ୍ରାମର ଭାଲୁ ପାହାଡ଼ିସାହିରେ ମା’କୁ ହତ୍ୟା କରିଛି ପୁଅ । ଖାଇବାକୁ ଦେବାରେ ବିଳମ୍ବ ହେବାରୁ ବୃଦ୍ଧା  ମା’କୁ ମାଡ଼ ମାରିବା ପରେ ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ । ମୃତକ ହେଲେ ଗୌରୀ ନାଏକ । ଶୁକ୍ରବାର ରାତିରେ ମା’ ଗୌରୀ ପୁଅକୁ ଖାଇବାକୁ ଦେବାରେ ବିଳମ୍ବ କରିଥିଲେ । ପୁଅ ଉତ୍ତ୍ୟକ୍ତ ହୋଇ ମଦ ନିଶାରେ ମା’କୁ ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ହତ୍ୟାକାରୀ ପୁଅ ସୁରେନ୍ଦ୍ର ନାଏକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

You Can Read :

ଦୁଇ ଦିନ ପରେ ରାଜ୍ୟରେ କାଳବୈଶାଖୀ, ୩ରୁ ୫ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ସମ୍ଭାବନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.