ଅଗ୍ନିକାଣ୍ଡରେ ଜଳିଗଲା ପଞ୍ଚାୟତ ସମିତି ସଭାଗୃହ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | May 18, 2024 IST

କାମାକ୍ଷାନଗର ୧୮/୦୫: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ l ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର l 

ସୂଚନାଥାଉକି, ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ବିଦ୍ୟୁତ ସଟସର୍କିଟ ଘଟି ପଞ୍ଚାୟତ ସମିତି ସଭାଗୃହରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ନିମିସକେ ମଧ୍ୟରେ ସମ୍ପୂର୍ଣ୍ଣ ସଭାଗୃହ ଜଳିପୋଡି ପାଉଁଶ ହୋଇଯାଇଛି l ସଭାଗୃହ ମଧ୍ୟରେ ଥିବା ଦୁଇଟି ଏସି, ଚାରୋଟି ସିଲିଂ ଫ୍ୟାନ, ୨୦ରୁ ଉର୍ଦ୍ଧ୍ୱ ଚେୟାର, ଓ ସଭାଗୃହ ଛାତରେ ଲାଗିଥିବା ସିଲିଂ ନିଆଁରେ ଜଳି ପାଉଁଶ ହୋଇଯାଇଛି l 

ଘଟଣା ସମ୍ପର୍କରେ ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଆୟତ୍ତ ହେଲାବେଳକୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.