ବେଜିଂ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ( ୩୧ ଅଗଷ୍ଟ)ରେ ସାକ୍ଷାତ୍ ହୋଇଛି। ଏହି ସାକ୍ଷାତ୍ ପରେ ପିଏମ୍ ମୋଦି କହିଛନ୍ତି , ଭାରତ ଓ ଚୀନର ସଂପର୍କକୁ କୌଣସି ଦ୍ୱିତୀୟ ଦେଶର ଲେନ୍ସରେ ଦେଖିବାର ଆବଶ୍ୟକତା ନାହିଁ। ଏହି କଥାକୁ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଡ଼ ମେସେଜ୍‌ ଭାବେ ମନେକରାଯାଉଛି ,ଯିଏକି ଭାରତ ଉପରେ ଖୁବ୍‌ ଟାରିଫ୍‌ (ଶୁଳ୍କ) ଲଗେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ପିଏମ ମୋଦି ଓ ଜିନପିଙ୍ଗଙ୍କ ସାକ୍ଷାତ୍‌ ଉପରେ ବୟାନ ଜାରି କରିଛି। ବିବୃତ୍ତିରେ କୁହାଯାଇଛି ଯେ,ଉଭୟ ନେତା ଦ୍ୱିପାକ୍ଷୀୟ , ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଓ ଚ୍ୟାଲେଞ୍ଜ ,ଯେମିତି କି ଆତଙ୍କବାଦ ଓ ବହୁପକ୍ଷୀୟ ମଞ୍ଚ ଗୁଡ଼ିକରେ ନିରପେକ୍ଷ ବ୍ୟାପାର ଉପରେ ସେୟାର ଆଧାରର ବିସ୍ତାରକୁ ଜରୁରୀ ମନେକରିଛନ୍ତି। 

ମୋଦି ଓ ଜିନପିଙ୍ଗଙ୍କ ସାକ୍ଷାତ୍‌ ୩୧ ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ହୋଇଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷୀୟ ତୈଳ କ୍ରୟ କରିବା ଉପରେ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯାଇଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ପିଏମ୍‌ ମୋଦି ଜାପାନ ଓ ଚୀନ ଯାତ୍ରା କରିଛନ୍ତି। ଏଥିରେ ଚୀନର ଯାତ୍ରା ଏଥିପାଇଁ ଅର୍ଥପୂର୍ଣ୍ଣ ମନେହୁଏ , କାରଣ ପ୍ରଧାନମନ୍ତ୍ରୀ ୭ ବର୍ଷର ଅନ୍ତରାଳରେ ଏଠାରେ ପହଞ୍ଚିଛନ୍ତି। ଗଲୱାନରେ ସଂଘର୍ଷ ପରେ ଉଭୟ ଦେଶର ସଂପର୍କ ଥଣ୍ଡା ପଡ଼ି ଯାଇଥିଲା। କିନ୍ତୁ ଏବେ ପିଏମ୍‌ ମୋଦି ଏହି ସଂପର୍କରେ ନୂତନ ଉଷ୍ଣତା ଆଣିବାରେ ଚେଷ୍ଟା କରୁଛନ୍ତି। 

ବୈଦେଶିକ ମନ୍ତ୍ରଣାଳୟ ମୁତାବିକ , ଉଭୟ ନେତା ଏହି କଥା କହିଛନ୍ତି ଯେ, କୌଣସି ବି ପ୍ରକାରରେ ମତଭେଦ ଝଗଡ଼ାରେ ବଦଳିବା ଉଚିତ ନୁହେଁ। ବୈଦେଶିକ ମନ୍ତ୍ରଣାଳୟର ମୁତାବିକ , ମୋଦି ଓ ଶି ଜିନପିଙ୍ଗ ବାଣିଜ୍ୟକୁ ସ୍ଥିର କରିବା ପାଇଁ ଉଭୟଙ୍କର ଅର୍ଥନୀତିର ଭୂମିକାକୁ ସ୍ୱୀକାର କରିଛନ୍ତି। ସୀମା ବିବାଦର ଏକ ନିରପେକ୍ଷ , ଯୁକ୍ତିପୂର୍ଣ୍ଣ ଓ ପାରସ୍ପରିକ ସମାଧାନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ମନ୍ତ୍ରଣାଳୟର ମୁତାବିକ , ଉଭୟ ନେତା ଅକ୍ଟୋବର ୨୦୨୪ରେ କଜାନ (ରୁଷ୍‌)ରେ ହୋଇଥିବା ନିଜର ଗତ ସାକ୍ଷାତ୍‌ ପରେ ଦ୍ୱିପାକ୍ଷୀୟ ସମ୍ୱନ୍ଧରେ ଆସିଥିବା ସକରାତ୍ମକ ଗତି ଓ ସ୍ଥିର ପ୍ରଗତିକୁ ସ୍ୱାଗତ କରିଛନ୍ତି।  

ବୟାନରେ ଆହୁରି କୁହାଯାଇଛି , ପାରସ୍ପରିକ ସମ୍ମାନ , ହିତ ଓ ସମ୍ୱେଦନଶୀଳତା ଆଧାରରେ ଭାରତ-ଚୀନ ଏବଂ ତାଙ୍କର ୨.୮ ବିଲିୟନ ଲୋକଙ୍କ ମଧ୍ୟରେ ଏକ ସ୍ଥିର ସମ୍ୱନ୍ଧ ଓ ସହଯୋଗ ଜରୁରୀ। ଏହାସହ ଏହା ଦୁଇ ଦେଶର ବିକାଶ ଓ ପ୍ରଗତି ସହ ୨୧ତମ ଶତାବ୍ଦୀର ଧାରା ଅନୁସାରେ ଏକ ବହୁ ଧ୍ରୁବୀୟ ବିଶ୍ୱ ଓ ଏକ ବହୁଧ୍ରୁବୀୟ ଏସିଆ ପାଇଁ ମଧ୍ୟ ଏହାର ଆବଶ୍ୟକ ରହିଛି।    

Read more in App