ନ୍ୟୁୟର୍କ,୨୨|୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱ ଇକୋନୋମିକ୍ ଫୋରମରେ ଯୋଗ ଦେବା ପାଇଁ ଡାଭୋସରେ ଅଛନ୍ତି । ଏଠାରେ ସେ ନାଟୋର ମହାସଚିବ ମାର୍କ ରୁଟେଙ୍କୁ ସାକ୍ଷାତ କରିଛନ୍ତି । ଏଠାରେ ଟ୍ରମ୍ପ୍ ଦାବି କରିଥିଲେ ଯେ, ଋଷ ଗାଜା ଶାନ୍ତି ଚୁକ୍ତିବୋର୍ଡରେ ସାମିଲ ହେବା ପାଇଁ ତାଙ୍କ ନିମନ୍ତ୍ରଣ ରକ୍ଷା କରିଛି । ଯାହାକୁ ନେଇ ପ୍ରତିକ୍ରିୟା ଦେଉଛି ମସ୍କୋ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ. ଗାଜା ଶାନ୍ତି ଚୁକ୍ତିବୋର୍ଡଆମେରିକାର ପ୍ରସ୍ତାବ ଉପରେ ଋଷ ଏବେ ବିଚାର କରୁଛି । ଦେଶ ବୈଦେଶିକ ମନ୍ତ୍ରାଳୟ ସମସ୍ତ ଦିଗ ଉପରେ ନଜର ରଖିଛି । ଏହାର ଜବାବ ଉଚିତ ସମୟ ଆସିଲେ ଦିଆଯିବ । ଏହାସହ ଟ୍ରମ୍ପ୍ ଯେଉଁ ଦାବି କରିଛନ୍ତି ତାକୁ ପୁଟିନ ଖଣ୍ଡନ କରିଛନ୍ତି ।

ସୂଚନାଯୋଗ୍ୟ, ଟ୍ରମ୍ପ୍ ନାଟୋ ମହାସଚିବଙ୍କୁ ସହ ସାକ୍ଷାତ କରିବା ପରେ ସାମ୍ବାଦିକଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଏଥିରେ ସେ ପୁଟିନ ଗାଜା ଶାନ୍ତି ଚୁକ୍ତିରେ ସାମିଲ ହେବାକୁ ସମ୍ମତି ପ୍ରକାଶ କରିବା କଥା କହିଥିଲେ । ଏହାସହ ସେ ସେ ଭାରତ, ଚୀନ, ପାକିସ୍ତାନ, ତୁର୍କୀ, କତାର ଭଳି ଦେଶକୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି । ଏହାସହ ଆହୁରି ଅନେକ ଦେଶକୁ ଶାନ୍ତି ଚୁକ୍ତି ପାଇଁ ଗଠିତ ବୋର୍ଡରେ ସାମିଲ ହେବାକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି । ସାଉଦି, ତୁର୍କୀ, ପାକିସ୍ତାନ, ଇଣ୍ଡୋନେସିଆ ଭଳି ଦେଶ ପ୍ରସ୍ତାବକୁ ସ୍ୱୀକାର କରିଥିବା ବେଳେ ଅନ୍ୟମାନେ ଏହାକୁ ନେଇ ଏବେବି ବିଚାର ବିମର୍ଷ କରୁଛନ୍ତି ।

ଚୀନ ବୈଦେଶିକ ମନ୍ତ୍ରାଳୟ ଟ୍ରମ୍ପଙ୍କ ବୋର୍ଡକୁ ନେଇ ସ୍ପଷ୍ଟ ଭାବେ କହିଥିଲା ଯେ,ଚୀନ୍ ସର୍ବଦା ସତ୍ୟ ବହୁପକ୍ଷବାଦର ସମର୍ଥକ ରହି ଆସିଛି । ଯଦି ବୋର୍ଡ ୟୁଏନର ସଂରକ୍ଷଣ ଓ ଏହାର ଚାର୍ଟର ସିଦ୍ଧାନ୍ତ ଅନୁରୂପ ନୁହେଁ ତେବେ ଏହା କୌଣସି କାମର ନୁହେଁ। ତେବେ ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ନଜର ରଖିବାକୁ ସାରା ବିଶ୍ୱରୁ ଏବେ ମିଶ୍ରିତ ପ୍ରତିକ୍ରିୟା ଆସିବାରେ ଲାଗିଛି। ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ୧୦ରୁ କମ୍ ବୈଶ୍ୱିକ ନେତା ଏଥିରେ ସାମିଲ ହେବାକୁ ନିମନ୍ତ୍ରଣ ସ୍ୱୀକାର କରିଛନ୍ତି। ଅନେକ ପ୍ରମୁଖ ୟୁରୋପୀୟ ଦେଶ ହୁଏତ ଏଥିରେ ସାମିଲ ହେବାକୁ ମନା କରିଛନ୍ତି ନଚେତ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।